କୋଲକାତା: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ସହିତ ବସ ଧକ୍କା ହେବା ଫଳରେ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୩୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ବର୍ଦ୍ଧମାନର ଜାତୀୟ ରାଜପଥର ନାଲା ଫେରି ଘାଟରେ ଏହି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ପୂର୍ବ ବର୍ଦ୍ଧମାନରୁ ଦୁର୍ଗାପୁର ଯାଉଥିବା ଯାତ୍ରୀବାହୀ ବସ୍ଟି ଠିଆ ହୋଇଥିବା ଟ୍ରକ୍ର ପଛକୁ ଧକ୍କା ଦେଇଥିଲା। ସମସ୍ତ ବସ୍ ଯାତ୍ରୀ ବିହାରର ମୋତିୟାର ଥାନା ଅଞ୍ଚଳର ଚିରୈୟା ସାରସୱା ଘାଟ ଅଞ୍ଚଳର ବାସିନ୍ଦା। ଯାତ୍ରୀମାନେ ଗଙ୍ଗାରେ ସ୍ନାନ କରିବାକୁ ପଶ୍ଚିମ ପ୍ରାନ୍ତକୁ ଆସିଥିଲେ। ସ୍ନାନ ପରେ ସେମାନେ ବସ୍ ଯୋଗେ ଘରକୁ ଫେରୁଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ ସାମ୍ନା ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅନେକ ଯାତ୍ରୀ ସେଥିରେ ଫସି ଯାଇଥିଲେ । କ୍ରେନ ସାହଯ୍ୟରେ ଟ୍ରକ ଏବଂ ଅଲଗା କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ କରିଥିଲେ । ଦୁର୍ଘଟଣାର ସଠିକ କାରଣ ଜଣାପଡିନି । ଘଟଣାସ୍ଥଳରେ ଥିବା ସିସିଟିଭି ଜବତ କରି ତଦନ୍ତ କରୁଛି ପୋଲିସ । ତେବେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ଟ୍ରକଟି ଛିଡା ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ବସ୍ ଟି ଧକ୍କା ଦେଇଥିଲା ।