ଘୁଞ୍ଚିଲା ଫିଲ୍ମ ‘ଆର୍‌ଆର୍‌ଆର୍‌’ର ରିଲିଜ ଡେଟ୍‌

ଆହୁରି ପାଖାପାଖି ବର୍ଷେ କରିବାକୁ ପଡିପାରେ ଅପେକ୍ଷା। ପୁଣି ଘୁଞ୍ଚିଲା ଫିଲ୍ମ ‘ଆର୍‌ଆର୍‌ଆର୍‌’ର ରିଲିଜ ଡେଟ୍‌।

(ମୁମ୍ବାଇ) : ଆହୁରି ପାଖାପାଖି ବର୍ଷେ କରିବାକୁ ପଡିପାରେ ଅପେକ୍ଷା। ପୁଣି ଘୁଞ୍ଚିଲା ଫିଲ୍ମ ‘ଆର୍‌ଆର୍‌ଆର୍‌’ର ରିଲିଜ ଡେଟ୍‌। ଚଳିତ ବର୍ଷ ଏହି ଫିଲ୍ମ ରିଲିଜ ହୋଇନପାରେ। ଏହି ଖବର ଏବେ କୋଟି କୋଟି ଦର୍ଶକଙ୍କୁ ନିରାଶ କରିଛି। ବିଗ୍‌ବଜେଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍ସମାନେ ମଧ୍ୟ ବେଶ୍‌ ଏକ୍ସାଇଟେଡ୍‌। ପୂର୍ବରୁ ଫିଲ୍ମଟିକୁ ଚଳିତ ବର୍ଷ ଅକ୍ଟୋବର ୧୩ରେ ରିଲିଜ କରିବା ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଏବେ ନିର୍ଦ୍ଧାରିତ ତାରିଖରେ ଏହା ରିଲିଜ ହେବ ନାହିଁ। ଏଥିରେ ପରିବର୍ତ୍ତନ କରାଯାଇଛି। ପୁଣି ଥରେ ଫିଲ୍ମର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି।

ସୂଚନାନୁଯାୟୀ , ‘ଆର୍‌ଆର୍‌ଆର୍‌’ର ନୂଆ ରିଲିଜ ଡେଟ୍‌ ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ। ୨୦୨୨ରେ ଏହି ମଲ୍ଟି ଷ୍ଟାରର ଫିଲ୍ମଟି ପରଦାକୁ ଆସିବ ବୋଲି ଶୁଣିବାକୁ ମିଳିଛି। ତେବେ ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। ସ୍ୱାଧୀନତା ସଂଗ୍ରାମୀ କୋମାରାମ ଭୀମ ଏବଂ ଅଲ୍ଲୁରୀ ସୀତାରାମରାଜୁଙ୍କ ଜୀବନୀ ସହ ଜଡିତ ଏକ କାଳ୍ପନିକ କାହାଣୀ ଉପରେ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଆଧାରିତ। ୪୫୦ କୋଟି ଟଙ୍କା ବଜେଟ୍‌ରେ ତିଆରି ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, ମଲୟାଲମ ଏବଂ କନ୍ନଡ ସମେତ ଅନ୍ୟ ଭାଷାରେ ମଧ୍ୟ ରିଲିଜ ହେବ।