ଯୁଦ୍ଧ ସମୟରେ ପାକିସ୍ତାନକୁ ୧୦୦ କୋଟି ଡଲାର

 ନୂଆଦିଲ୍ଲୀ : ଆତଙ୍କବାଦକୁ ପ୍ରମୋଟ୍ କରୁଥିବା ଦେଶ ହେଉଛି ପାକିସ୍ତାନ । ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ଗମ୍ଭୀର ସ୍ଥିତି ଉପୁଜିଥିଲା ।  ସେହି ସମୟରେ ୧୦୦ କୋଟି ଡଲାର ପାକିସ୍ତାନକୁ ପାଣ୍ଠି ମଞ୍ଜୁର କରିଥିଲା ଆଇ.ଏମ୍.ଏଫ୍‌ । ଯାହାକୁ ଏବେ କଡ଼ା ନିନ୍ଦା କରାଯାଉଛି। ଭାରତର ଆପତ୍ତି ସତ୍ତ୍ବେ ଆଇଏମ୍ଏଫ୍‌ ଏହି ପାଣ୍ଠି ମଞ୍ଜୁର କରିଛି। ଏହା ଉପରେ ପ୍ରତିକ୍ରିୟା ରଖି ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା କହିଛନ୍ତି ଯେ ପୁଞ୍ଝ, ଉରି, ଟଙ୍ଗଧର ଆଦି ଅଞ୍ଚଳକୁ ଧ୍ବଂସ କରିବା ଲାଗି ଦରକାର ଗୋଳାବାରୁଦ ପାଇଁ ଆଇଏମ୍ଏଫ୍‌ ଯେତେବେଳେ ପାକିସ୍ତାନକୁ ପାଣ୍ଠି ଦେଉଛି, ସେତେବେଳେ ଉତ୍ତେଜନା ପ୍ରଶମିତ ହେବ ବୋଲି ଅନ୍ତର୍ଜାତୀୟ ସମୁଦାୟ କିଭଳି ଭାବୁଛି । କଂଗ୍ରେସ ସାଂସଦ ଗୌରବ ଗୋଗାଇ ମଧ୍ୟ ଆଇ.ଏମ୍.ଏଫ୍‌କୁ ନିନ୍ଦା କରିଛନ୍ତି। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅୱେସି ଆଇଏମ୍‌ଏଫ୍‌କୁ ଅନ୍ତର୍ଜାତୀୟ ମିଲିଟାଣ୍ଟ (ଆତଙ୍କବାଦୀ) ଫଣ୍ଡ ଆଖ୍ୟା ଦେଇଛନ୍ତି।

ହେଲେ ଏବେ ଆଇଏମ୍‌ଏଫ୍‌ରେ ସରକାରଙ୍କ ରଣନୀତିକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସମାଲୋଚନା କରିଛନ୍ତି। ଆଉ କହିଛନ୍ତି, ପାକିସ୍ତାନକୁ ଆଇଏମ୍ଏଫ୍‌ ଋଣ ଦେବା ବିରୋଧରେ ଭୋଟ୍‌ ଦେବାକୁ କଂଗ୍ରେସ ଗତ ଏପ୍ରିଲ୍‌ ୨୯ରେ ଦାବି କରିଥିଲା। କିନ୍ତୁ ଭାରତ କାହିଁକି ଭୋଟ୍‌ରୁ ବିରତ ରହିଲା ? ମୋଦୀ ସରକାର ଭୟରେ ନାହିଁ କରିପାରିନଥିବା କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ ନେତା ଶ୍ରୀ ରମେଶ ଓ ପୱନ ଖେରାଙ୍କ ଭଳି ନେତାଙ୍କୁ ବରିଷ୍ଠ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କଡ଼ା ସମାଲୋଚନା କରିଛନ୍ତି। ଲୋକଙ୍କୁ ସେମାନେ ବିଭ୍ରାନ୍ତ କରିବାକୁ ଚାହୁଥିବା ଶ୍ରୀ ଶର୍ମା କହିଛନ୍ତି । ଆଇଏମ୍ଏଫ୍‌ରେ ‘ନାହିଁ’ ବୋଲି ଭୋଟ୍‌ ଦେବାର ବ୍ୟବସ୍ଥା ନଥିଲା। କେବଳ ଭୋଟ୍‌ଦାନରୁ ବିରତ ରହିବା ବିକଳ୍ପ ଥିଲା, ଯାହା ଭାରତ ଠିକ୍ ଭାବେ ଲାଗୁ କରିଥିଲା ବୋଲି ସେ କହିଛନ୍ତି।