ସୋସିଆଲ ମିଡିଆରେ ସାହାଯ୍ୟ ମାଗିଲେ ସୁମିତ

ଚୀନ ଯିବାକୁ ସୁମିତଙ୍କୁ ମିଳିଲାନି ଭିସା । ସୋସିଆଲ୍ ମିଡିଆରେ ସାହାଯ୍ୟ ମାଗିଲେ ଭାରତୀୟ ଟେନିସ ତାରକା ସୁମିତ ନାଗଲ । ଭିସା ନ ମିଳିବାରୁ, ଏ ନେଇ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ, ଚୀନ୍ ଦୂତାବାସଙ୍କୁ ସାହାଯ୍ୟ ମାଗିଛନ୍ତି ସୁମିତ। ସୂଚନା ଅନୁଶାରେ, ନଭେମ୍ବର 24 ରୁ 29 ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆନ୍ ଓପନ୍ ପ୍ଲେଅଫ୍ ଟୁର୍ଣ୍ଣାମେଣ୍ଟରେ, ସୁମିତ ଅଂଶଗ୍ରହଣ କରିବା ପାଇଁ ଚୀନ୍‌ର ଚେଙ୍ଗଡୁ ଯାତ୍ରା କରିବାର ଥିଲା । ହେଲେ କୌଣସି କାରଣରୁ ତାଙ୍କ ଭିସା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯାହାପରେ ସେ ଏହାକୁ ପୋଷ୍ଟ କରି, ତୁରନ୍ତ ସାହାଯ୍ୟ ପାଇଁ ନିବେଦନ କରିଥିଲେ ।