ସରପଞ୍ଚଂକୁ ଅଣଦେଖାକରି ଚାଲିଛି ମନରେଗା କାମ

(ବରଗଡ/ଚିତ୍ତରଞ୍ଜନ ସାହୁ): ଓଡିଶା ସରକାର ସରପଞ୍ଚମାନଂକୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଗଲା ବୋଲି ଘୋଷଣା ପରେ ସରପଞ୍ଚମାନଂକ ପାଦ ତଳକୁ ଲାଗି ନ ଥିଲା । କିନ୍ତୁ ବର୍ତ୍ତମାନ ସେହି ସରପଞ୍ଚଙ୍କୁ ବିଡିଓ ଧମକ ଦେଉଥିବା ଘଟଣା ଚର୍ଚ୍ଚାର ବିଷଞ ପାଲଟିଛି । ଏମିତି ଏକ ଘଟଣା ଘଟିଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ଗ୍ରା.ପ ରେ । ଏ ସଂପର୍କରେ ଟେମରୀ ସରପଞ୍ଚ ନିରୁପା ସିଂ ମାନ୍ୟବର ମୁଖ୍ୟମନ୍ତ୍ରୀଂକୁ ଜଣାଇଛନ୍ତି । ଜିଲ୍ଲାପାଳ କ୍ଷମତାଧାରୀ ସରପଞ୍ଚମାନଂକୁ ବିଡିଓ ମହାଶୟ ଅଣ ଦେଖାକରି ଶାସକ ଦଳର ସଖୀ କଣ୍ଢେଇ ସାଜି ସରପଞ୍ଚମାନଂକୁ ଅନ୍ୟାୟ କରିବା ପାଇଁ ବାଧ୍ୟ କରୁଛନ୍ତି ।ଅନ୍ୟଥା ଅସୁବିଧାର ସମ୍ମୁଖିନ ହେବ ବୋଲି ଧମକ ଦେଉଛନ୍ତି। ଟେମରୀ ଗ୍ରା.ପ.ର ମଶାନ କୁଡି ଓ ଟୁମକି ଘାଟ ପୋଖରୀରେ ମନରେଗା ଯୋଜନାରେ ୧୦ ଲକ୍ଷ ଟଂକା ଅଟକଳରେ କାମ ସରିଯାଇଛି । ମନରେଗା କାମ ସଂପର୍କରେ ସରପଞ୍ଚଂକୁ କୌଣସି ସୂଚନା ମିଳିନାହିଁ । କାର୍ୟ୍ୟାଦେଶ,ମଷ୍ଟର ରୋଲ ପାଇଁ ସରପଞ୍ଚଂକ ଦସ୍ତଖତର ଆବଶ୍ୟକତା ରହିଛି । ତେଣୁ ବିଡିଓ କଳେ ବଳେ କୌଶଳେ ସରପଞ୍ଚଂକ ଠାରୁ କାମ ହାସଲ ପାଇଁ ଗୋଟି ଚାଳନା କରିଛନ୍ତି। ସରପଞ୍ଚ ନିରୁପା ସିଂ ସରକାରଂକ କାର୍ୟ୍ୟ କଳାପ ପ୍ରତି କ୍ଷୋଭ ପ୍ରକାଶ କରି କୁହନ୍ତି ଯେ, ଜିଲ୍ଲାପାଳ ପରି କ୍ଷମତାର ଦୁରୁପଯୋଗ କରି ଅନ୍ୟାୟ କରିବାକୁ ପ୍ରଶ୍ରୟ ଦେବେ ନାହିଁ । ଏପରି କରିବା ଦ୍ବାରା ପଦ ଓ ମର୍ୟ୍ୟାଦା କ୍ଷୁର୍ଣ୍ଣ ହେବ ।ବରଂ ଜିଲ୍ଲାପାଳ କ୍ଷମତା ପ୍ରତ୍ୟାହାର କରି ସରପଞ୍ଚମାନଂକୁ ସାମ୍ବିଧାନିକ କ୍ଷମତାରେ ରହି ଉନ୍ନୟନ କରିବାକୁ ପରାମର୍ଶ ଦିଅନ୍ତୁ । ଏହି ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଦାବୀ କରି ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତ ସରକାରଂକ ମନମୁଖୀ ନୀତିର ତୀବ୍ର ସମାଲୋଚନା କରିଛନ୍ତି। ଟେମରୀ ଗ୍ରା.ପ ରେ ସରପଞ୍ଚଂକୁ ଅଣଦେଖା କରି ବିଡିଓଙ୍କ ଏକ ଛତ୍ରବାଦ ଶାସନ,ନାଲି ଆଖି ଦେଖାଇ କାର୍ୟ୍ୟ ହାସଳ କରିବା ପ୍ରୟାସ ଯୁକ୍ତି ଯୁକ୍ତ ନୁହେଁ । ଦ୍ବିତୀୟତଃ କରୋନା ମୁକାବିଳା ପାଇଁ କ୍ବାରେଣ୍ଟାଇନ କେନ୍ଦ୍ରକୁ ଲକ୍ଷ ଲକ୍ଷ ଟଂକା ଅନୁଦାନ ଆସୁଛି। ସରପଞ୍ଚମାନେ କେବଳ ବିଲ ପେମେଣ୍ଟ କରିବେ। ସମସ୍ତ ସାମଗ୍ରୀ ବିଡିଓ କାର୍ୟ୍ୟାଳୟରେ କେତେକ ଅଫିସରଂକ ମର୍ଜିରେ କିଣାଯାଇଛି । କୌଣସି ସରପଞ୍ଚ ପ୍ରତିବାଦ କରିପାରିବେ ନାହିଁ ବୋଲି ହୁଇପ ଜାରୀ କରାଯାଇଛି। କରୋନା ଅନୁଦାନର ଅଡିଟ ହୋଇପାରିବ ନାହିଁ ବୋଲି ପ୍ରଚାର ହେବା ମାତ୍ରେ ମନଇଛା ବିଲ କରାଯାଇଛି । ଟେମରୀ ମନରେଗା କାମ ଓ କ୍ବାରେଣ୍ଟାଇନ କେନ୍ଦ୍ର ଗୁଡିକରେ ସାମଗ୍ରୀ କିଣିବା ଦୁର୍ନିତିର ତଦନ୍ତ ଦାବୀ କରିଛନ୍ତି ।