ହରିଦାସପୁର: ଯଶୋବନ୍ତପୁର-ହାୱଡା ଯାଉଥିବା ଦୂରନ୍ତ ଏକ୍ସପ୍ରେସ , ଶୁକ୍ରବାର ଯାଜପୁର ଜିଲ୍ଲା ହରିଦାସପୁର ଠାରେ ହୋଇଛି ଲାଇନଚ୍ୟୁତ । ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ସମସ୍ତଯାତ୍ରୀ ସୁରକ୍ଷୀତ ଥିବା ସୂଚନା ମିଳିଛି । ଅନ୍ୟ ଏକ ଇଞ୍ଜିନ ସହ ସବୁ ପାସେଞ୍ଜର କୋଚକୁ ଯୋଡି ଗନ୍ତବ୍ୟସ୍ଥଳକୁ ପଠାଯାଇଛି । ଖଡଗପୁର- ଭବନେଶ୍ୱର ରେଳପଥରରେ କୌଣସି ପ୍ରକାର ପ୍ରଭାବ ପଡିନାହିଁ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।