ରାୟଗଡା ଜିଲ୍ଲାରେ ୪୫୦ କରୋନା ପଜିଟିଭ ଚିହ୍ନଟ

(ମନୋଜ କୁମାର ସାହୁ/ରାୟଗଡା): ରାୟଗଡା ଜିଲ୍ଲାରେ ଆଜି ୪୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୮୭ ଜଣ ପୁରୁଷ ୧୬୩ ଜଣ ମହିଳା ରହିଛନ୍ତି । ଜିଲ୍ଲାରେ ଅଧିକରୁ ଅଧିକ ଟେଷ୍ଟିଂ କରାଯାଉଥିବାରୁ ପଜିଟିଭଙ୍କ ସଂଖ୍ୟା ବଢିଛି । ତେବେ ରାୟଗଡା ଜିଲ୍ଲାରେ କରୋନାର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ରିତୁରାଜ ଅଧିକ ସୂଚନା ଦେଇଛନ୍ତି ।