ବ୍ୟୁରୋ-: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ତାରିଖ ରାମନବମୀ ଅବସରରେ ତାମିଲନାଡୁରେ ନବନିର୍ମିତ ପମ୍ବନ ରେଳ ସେତୁର ଲୋକାର୍ପଣ କରିବେ । ଏହା ଭାରତର ପ୍ରଥମ ଭୂଲମ୍ ଲିଫ୍ଟ ସମୁଦ୍ର ସେତୁ ଭାବେ ୫୫୦ କୋଟି ଟଙ୍କାର ନିର୍ମାଣ କରାଯାଇଛି । ଏହି ସେତୁରେ ରେଳମାର୍ଗ ସହ ଜାହାଜ ଚଳାଚଳ ବ୍ୟବସ୍ଥା ରହିଛି । ଏଥିସହ ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନୂତନ ପମ୍ବନ ରେଳସେତୁର ଉଦ୍ଘାଟନ ଅବସରରେ ରାମେଶ୍ବରମ-ତାମ୍ରମ ନୂତନ ରେଳ ସେବାର ମଧ୍ୟ ଶୁଭାରମ୍ଭ କରିବେ । ରାମେଶ୍ଵରମ୍କୁ ସଂଯୋଗ କରୁଥିବା ଏହି ସେତୁ ବିଶ୍ବସ୍ତରରେ ଭାରତୀୟ ଇଞ୍ଜିନିୟରିଂର ଏକ ଉଲ୍ଲେଖନୀୟ ସଫଳତା ।
ଏହି ସେତୁର ଲମ୍ବ ୨୦୮ କି.ମି । ଏଥିରେ ୯୯ଟି ସ୍ପାନ୍ ଏବଂ ୭୨.୫ ମିଟର ଭୂଲମ୍ବ ଲିଫ୍ଟ ସ୍ପାନ୍ ଅଛି, ଯାହା ୧୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଥାଏ । ପୂର୍ବ ରେଳସେତୁ ଅପେକ୍ଷା ଏହା ଜାହାଜ ଗୁଡ଼ିକର ସୁଗମ ଅତିକ୍ରମକୁ ସହଜ କରିବା ସହ ରେଳ ପରିଚାଳନା ସୁବିଧା ହୋଇପାରିବ । ଭବିଷ୍ୟତ ଚାହିଦାକୁ ଦୃଷ୍ଟିରେ ରଖି ଏହାକୁ ଦୋହରୀକରଣ ରେଳ ଟ୍ରାକ୍ ପାଇଁ ଡିଜାଇନ୍ କରାଯାଇଛି । ଏକ ସ୍ବତନ୍ତ୍ର ପଲିସିଲୋକେନ ଆବରଣ ଏହାକୁ ସମୁଦ୍ର ପାଣି ଓ ପବନର ଲବଣ ଜନିତ କଳଙ୍କିରୁ ବଞ୍ଚାଇବା ସହ ପ୍ରତିକୂଳ ସାମୁଦ୍ରିକ ପରିବେଶରେ ଦୀର୍ଘ ସ୍ଥାୟୀତ୍ବକୁ ସୁନିଶ୍ଚିତ କରିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।