ଭୁବନେଶ୍ୱର : ବଲିଉଡ଼ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ବହ୍ମାସ୍ତ୍ର ଖୁବ ଜୋରସୋର ରେ ଆଗେଇ ଚାଲିଛି । ଏହି ଫିଲ୍ମର ମୁଖ୍ୟ ଅଭିନେତା ରଣବୀର କପୂର ଏଥିରେ ଅଭିନୟ କରିବା ପାଇଁ କୌଣସି ଟଙ୍କା ଦାବି କରିନାହାନ୍ତି । ତେବେ ରଣବିର ଏବଂ ଆଲିଆ ଏହି ମୁଭିର ସଫଳତାରେ ବିକିରିତ ହେଉଛନ୍ତି । ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହେବା ସହ ଓାର୍ଲ ଡ଼ ଓାଇଡ଼ ଟିକେଟରେ ୩୬୦ କରୋଡ଼ କମାଇସାରିଛି । ଏହି ଫିଲ୍ମ ର ନିର୍ମାତା ଆରିୟାନ ମୁଖାର୍ଜୀ ଫିଲ୍ମ କୁ ନେଇ କହିଛନ୍ତି, ଏହି ଫିଲ୍ମ ନିର୍ମାଣ କ୍ଷେତ୍ରରେ ଅନେକ ବ୍ୟକ୍ତିଗତ ବଳିଦାନ ରହିଛି । ତାହାପରେ ସେ ବ୍ରହ୍ମାସ୍ତ୍ର ବଜେଟ କଥା କହିଛନ୍ତି ।
ଦର୍ଶକ ମାନେ ମତରେ ଏହି ଫିଲ୍ମରେ ୪୦୦ କରୋଡ଼ କି ୬୫୦ କରୋଡ଼ ଖର୍ଚ୍ଚ ହୋଇଛି ଯାହାକି ରଣବିର ଓ ଆଲିଆଙ୍କ ପାରିଶ୍ରମିକ ପାଇଁ ହୋଇଛି । ଆୟାନ ଏହି ପରିପ୍ରେକ୍ଷୀ ରେ ପ୍ରକୃତ କଥା ସେୟାର କରିଛନ୍ତି ଯେ ଫିଲ୍ମ ନିର୍ମାଣ ସମୟରେ ରଣବିର କପୁର କୌଣସି ପ୍ରକାର ଟଙ୍କା ନେଇନାହାନ୍ତି ଏବଂ ସେ କହିଛନ୍ତି ଏଇଟା ହେଉଛି ଗୋଟେ ବଡ଼ ପ୍ରୋଜେକ୍ଟ ଟଙ୍କା କଥା କୁ ନ ଅନେଇ ଫିଲ୍ମ ସୁଟିଙ୍ଗ କରିବାକୁ କହିଥିଲେ ରଣବିର । କିନ୍ତୁ ସେ ଆଲିଆ ଙ୍କୁ ଫିଲ୍ମ ସୁଟିଙ୍ଗ ସମୟରେ ଟଙ୍କା ଦେଇଥିଲେ । କିନ୍ତୁ ଏତେ ବି ଅଧିକ ଟଙ୍କା ଆଲିଆଙ୍କୁ ଦିଆଯାଇ ନଥିବାର କଥା ଆରିୟାନ କହିଛନ୍ତି । ଦେଖିବାକୁ ଗଲେ ଏହି ଫିଲ୍ମରେ ରଣବିର ଓ ଆଲିଆ ଆୟନଙ୍କୁ ସହଯୋଗ କରିଥିବାର କଥା ଦେଖାଯାଇଛି ।