ମୟୂରଭଞ୍ଜ : ଟ୍ରଲର ଧକ୍କା, ଜଣେ ମୃତ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଟଙ୍ଗାବିଲା ନିକଟରେ। ଆଜି ସକାଳେ ଦୁଇଟି ଟ୍ରଲର କେନ୍ଦୁଝରରୁ ଯଶିପୁର ଅଭିମୁଖେ ଯାଉଥିବାବେଳେ ଟଙ୍ଗାବିଲା ନିକଟରେ ଗୋଟଏ ଟ୍ରଲର ଅନ୍ୟ ଟ୍ରଲରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଜଣେ ଟ୍ରଲରଙ୍କ ମୃତ୍ୟୁ ହୋଇଥିଲାବେଳେ ଅନ୍ୟଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତର ଯୁବକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପୁଲିସ ଦୁଇଟି ଗାଡ଼ିକୁ ଜବତ କରି ଘଟଣା ତଦନ୍ତ କରୁଛି।