ବାଲିଗୁଡା /ବନବାସୀ ପ୍ରଧାନ: ମୃତ ପରେ ଦୁର୍ଘଟଣା । ଝିଅ ମୃତ୍ୟୁ ହେବା ପରେ ବ୍ରହ୍ମପୁର ଏମ କେ ସି ଜି ଡାକ୍ତରଖାନାରୁ ନିଜ ଗାଁକୁ ବେସରକାରୀ ଆମ୍ବୁଲାନ୍ସ ଯୋଗେ ମୃତ ଶରୀର ନେଇ ଆସିବା ସମୟରେ କ. ନୂଆଙ୍ଗା ଥାନା ଅନ୍ତର୍ଗତ କାନ୍ଦିବାନ୍ଦା ଓ ଲକଟି ଘାଟିରେ ଭାରସାମ୍ୟ ହରେଇ ଓଲିଟିଲା ଆମ୍ବୁଲାନ୍ସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର କ. ନୂଆଙ୍ଗା ଥାନା ଅଞ୍ଚଳରେ ।
ସୂଚନା ମୁତାବକ , ବାଲିଗୁଡା ବ୍ଲକର ଖମଣଖୋଲ ଅଞ୍ଚଳର ମୁଠାବାଲି ଗ୍ରାମର ଜଣେ ଲୋକ ନିଜ ଝିଅର ଦେହ ଖରାପ ଥିବାହେତୁ ବାଲିଗୁଡା ଉପଖଣ୍ଡ ମେଡିକାଲ ଆସିଥିବା ବେଳେ ରୋଗୀର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାକୁ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ରେଫର କରିଥିଲେ ।ହେଲେ ଦୁର୍ଭାଗ୍ୟ ବଶତଃ ବ୍ରହ୍ମପୁରରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ ହେଇଥିଲା । ପରେ ମୃତକର ବାପା ଏକ ଆମ୍ବୁଲାନ୍ସ ଯୋଗେ ମୃତ ଶରୀର ନେଇ ନିଜ ଗାଁ ମୁଠାବାଲିକୁ ଆସିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ମେଡ଼ିକାଲରେ ଭର୍ତି କରାଯରାଇଛି ।