(ଜୟନ୍ତ କୁମାର ସେଠୀ /ପୁରୀ): ପୁରୀ ଜିଲ୍ଲା ନିମାପଡା ବ୍ଲକ ଅରିଷଣ୍ଢ ଗ୍ରାମପଞ୍ଚାୟତର ବିଜିପୁର ମୌଜାରେ କଲ୍ୟାଣ ମଣ୍ଡପ ସ୍ୱଜଳଧାରା ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଜମିରେ ଜବରଦଖଲ କରିବା କାରଣରୁ ପ୍ରକଳ୍ପ କାର୍ୟ୍ୟ ବାଧା ପ୍ରାପ୍ତ ହେବା ନେଇ ଜବର ଦଖଲ କାରୀକୁ ଉଚ୍ଛେଦ କରିବା ଉଦ୍ୟମ ଘଟଣାରେ ସରପଞ୍ଚ ଜୟନ୍ତ କୁମାର ପଟଶାଣୀ ,ସମିତି ସଭ୍ୟ ସମତେ ୧୫୦ ଜଣ ଗ୍ରାମବାସୀଙ୍କ ନାମରେ ପୋଲିସ କୌଣସି ପ୍ରାଥମିକ ତଦନ୍ତ ନ କରି ମାମଲା ରୁଜ୍ଜୁ କରିଥିବା, ଏବଂ ତହସିଲଦାର ଘଟଣାର କୌଣସି କାର୍ୟ୍ୟାନୁଷ୍ଠାନ ନନେଇ ଚୁପ ରହିବା ଫଳରେ ପଞ୍ଚାୟତରେ ଉତେଜନା ଦେଖାଦେଇଛି । ସେପଟେ ମିଥ୍ୟା ଅଭିଯୋଗର ତଦନ୍ତ କରାନଗଲେ ଆଗାମୀ ଦିନରେ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ନିମାପଡା ତହସିଲ କାର୍ୟ୍ୟାଳୟ ଘେରାଉ କରିବେ ବୋଲ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।