ମହିଳାଙ୍କ ପାଇଁ ଟୀକାକରଣ ବୁଥ ସ୍ଥାପନ କରିବାକୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ , ଜୁନ୍ ୭ରେ ଏହାର ଶୁଭାରମ୍ଭ
ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାର ମହିଳାମାନଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟୀକାକରଣ ବୁଥ ତିଆରି କରାଯିବ। ଏହା ସୋମବାର ଅର୍ଥାତ୍ ଜୁନ୍ ୭ରେ ଏହାର ଶୁଭାରମ୍ଭ ହେବ । ମ
(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାର ମହିଳାମାନଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟୀକାକରଣ ବୁଥ ତିଆରି କରାଯିବ। ଏହା ସୋମବାର ଅର୍ଥାତ୍ ଜୁନ୍ ୭ରେ ଏହାର ଶୁଭାରମ୍ଭ ହେବ । ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଟୀକାକରଣ ବୁଥ ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ପକ୍ଷରୁ କ୍ରମାଗତ ଉଦ୍ୟମ କରାଯାଉଛି। ଜିଲ୍ଲାର ମହିଳା ଡାକ୍ତରଖାନା ତଥା ମିଳିତ ଡାକ୍ତରଖାନାରେ ଦୁଇଟି ସ୍ୱତନ୍ତ୍ର ବୁଥ୍ ସଞ୍ଚାଳନ କରାଯିବ। ଏଠାରେ କେବଳ ମହିଳାମାନଙ୍କର ଟୀକାକରଣ ହେବ। ଏହି ବୁଥଗୁଡିକର ସମସ୍ତ କର୍ମଚାରୀ ମଧ୍ୟ ମହିଳା କର୍ମଚାରୀ ହେବେ । ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ସୂଚନାନୁଯାୟୀ , ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କ ଟିକାକରଣ, ଅଭିଭାବକ, କର୍ମଚାରୀ, ଶିକ୍ଷକ ପାଇଁ ପୃଥକ ପୃଥକ୍ ବୁଥ ସ୍ଥାପନ କରାଯାଇଛି। ସୋମବାର ଠାରୁ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଟୀକାକରଣ ବୁଥ ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଠାରୁ ଯେଉଁମାନେ କରୋନା ଟୀକାକରଣରେ ଅବହେଳା କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଟୀକାକରଣ କେନ୍ଦ୍ରରେ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ କରାଯିବା ଉଚିତ୍। ଟୀକାକରଣର ସ୍ଥିତି ସମୀକ୍ଷା କରି ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।