ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା

ପଶ୍ଚିମବଙ୍ଗ(ରିପୋର୍ଟର୍ସ ଟୁଡେ) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୫ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି । ନନ୍ଦିଗ୍ରାମ ନିର୍ବାଚନକୁ ନେଇ ମମତା ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଆବେଦନର ଶୁଣାଇ ଜଷ୍ଟିସ କୌଶିକ ଚନ୍ଦାଙ୍କ ଖଣ୍ଡପୀଠ କରିବାର ଥିଲା। ହେଲେ ମମତାଙ୍କ ଓକିଲ ଶୁଣାଣି ପୂର୍ବରୁ ଜଷ୍ଟିସ କୌଶିକଙ୍କ ବଦଳି ଦାବି କରିବାକୁ ଆବେଦନ କରିଥିଲେ। ମତା ବାନାର୍ଜୀ ଜଷ୍ଟିସ କୌଶିକ ଚନ୍ଦାଙ୍କର ବିଜେପି ସହିତ ସଂପର୍କ ଥିବା ଦର୍ଶାଇ ନନ୍ଦୀଗ୍ରାମ ମାମଲାର ଶୁଣାଣିରୁ ତାଙ୍କ ବଦଳରେ ଅନ୍ୟ ଜଣେ ଜଜଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ସେପଟେ ଏଭଳି ଦାବିକୁ ଅମୂଳକ ବୋଲି ଦର୍ଶାଇ କୋର୍ଟ କହିଛନ୍ତି କି, ମମତା ବାନାର୍ଜୀଙ୍କ ଠାରୁ ଯେଉଁ ଜରିମାନା ରାଶି ଆଦାୟ କରାଯିବ ତାହାକୁ କୋଭିଡରେ ମୃତ୍ୟୁବରଣ କରିଥିବା ଓଳିଲମାନଙ୍କ ପରିବାରକୁ ଦିଆଯିବ ।