(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ମଦ ବ୍ୟବସାୟକୁ ନେଇ ଗୋଷ୍ଠୀ ସଂଘର୍ଷ। ଦେଶୀ ମଦ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା । ଗୋଷ୍ଠୀ ସଂଘର୍ଷରେ ଦୁଇ ଗୋଷ୍ଠୀର ଛଅ ଜଣ ଆହତ ହୋଇଥିବା ବେଳେ ଜଣେ ମୃତ । ମୃତକ ଜଣକ ହେଲେ ପିଙ୍କୁ ଦାସ । ଆହତ ମାନଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଆହତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଇ ଯାଇଛି । ବର୍ତ୍ତମାନ ଆହତଙ୍କ ମଧ୍ୟରେ ଖଲ୍ଲିକୋଟ ମେଡ଼ିକାଲରେ ତିନି ଜଣ ଚିକିତ୍ସିତ ହେଉଥିବା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଦୁଇ ଜଣ ଏବଂ କଟକକୁ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି।ଘଟଣା ସ୍ଥଳରେ ଖଲ୍ଲିକୋଟ ଥାନା ଅଧିକାରୀ ,ଛତ୍ରପୁର ଏସଡିପିଓ ଓ ରମ୍ଭା ଥାନା ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି ଏହାକୁ ନେଇ ପୁରା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।ଏହି ଘଟଣା ପରେ ପଥରା ମଝିସାହି ଗ୍ରାମର ୧୫ରୁ ଉର୍ଦ୍ଧ ମହିଳା ମାନେ ମିଶି ମଧ୍ୟ ରାତ୍ରରେ ଭେଜିପୁଟ ଫାଣ୍ତି ସମ୍ମୁଖରେ ଥିବା ଜାତୀୟ ରାଜପଥ ବହୁ ସମୟ ପର୍ୟ୍ୟନ୍ତ ଅବରୋଧ କରିଥିଲେ ।ଏବେବି ଗ୍ରାମରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି । ଏପଟେ ଆହାତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଋହିଛି ।