ମଦ୍ୟପାନରେ ଆଗୁଆ ତ୍ରିପୁରା

ନୂଆଦିଲ୍ଲୀ (ରିପୋର୍ଟସ ଟୁଡ଼େ): ମଦ୍ୟପାନରେ ଭାରତ ସମସ୍ତ ଉପଲବ୍ଧି ହାସଲ କରିସାରିଲାଣି। ଦେଶରେ ମଦବିକ୍ରି ଯେଉଁଭଳି ଭାବେ ବଢୁଛି ସେଥିରୁ ମଦୁଆଙ୍କ ଗଣତି ଢେର ଆଗରେ। ଆମ ଦେଶରେ ପ୍ରାୟ ବ୍ୟକ୍ତି ଦେଶୀ ମଦ ଏବଂ ଭାରତରେ ପ୍ରସ୍ତୁତ ବିଦେଶୀ ମଦର ବ୍ୟବହାର କରିଥାନ୍ତି। ୧୦ରୁ ୭୫ ବର୍ଷ ମଧ୍ୟରେ ୧୪.୬ ପ୍ରତିଶତ ଭାରତୀୟ ମଦ ପିଉଥିବାବେଳେ ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ପୁରୁଷ ଓ ୫ ପ୍ରତିଶତ ମହିଳା ଅଟନ୍ତି।

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ତ୍ରିପୁରା ରାଜ୍ୟ ମଦ୍ୟପାନରେ ସବୁଠାରୁ ଆଗରେ ରହିଛି। ତ୍ରିପୁରାରେ ସର୍ବାଧିକ ୬୨ ପ୍ରତିଶତ ବ୍ୟକ୍ତି ମଦ୍ୟପାନ କରୁଥିବାବେଳେ ଛତିଶଗଡ଼ରେ ଶତକଡ଼ା ୫୭.୨ ପ୍ରତିଶତ ଏବଂ ପଞ୍ଜାବରେ ୫୨ ପ୍ରତିଶତ ପୁରୁଷ ମଦ୍ୟପାନ କରିଥାନ୍ତି। ଦେଶର ୧୫ ରାଜ୍ୟରେ ୩୦ ପ୍ରତିଶତରୁ ଅଧିକ ପରିମାଣର ମଦ ବ୍ୟବହାର କରାଯାଇଥାଏ। ତେବେ ଅରୁଣାଚଳ ପ୍ରଦେଶ ଓ ଛତିଶଗଡ଼ରେ ମହିଳାମାନେ ସର୍ବାଧିକ ମଦ ପିଇଥାନ୍ତି। ଅରୁଣାଚଳ ପ୍ରଦେଶରେ ୧୬ ପ୍ରତିଶତ ମହିଳା ମଦ ପିଉଥିବାବେଳେ ଛତିଶଗଡ଼ରେ ୧୪ ପ୍ରତିଶତ ମହିଳା ମଦ୍ୟପାନ କରିଥାନ୍ତି।