ବେଙ୍ଗାଲୁରରୁ ଅହମ୍ମଦାବାଦ୍ ଯିବା ନିମନ୍ତେ ବିମାନ ଟିକଟ ଦାମ୍ ରେ ନାହିଁ ଲଗାମ

ବେଙ୍ଗାଲୁରୁ: ଆସନ୍ତା କାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଜିବ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ । ସେଠାରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟେଲିଆ । ଷ୍ଟାଡିୟମରେ ଏହି ମ୍ୟାଚ ଦେଖିବାକୁ କ୍ରିକେଟ ପ୍ରେମିଙ୍କ ମଧ୍ୟରେ ନାହିଁ ନଥିବା ଆଗ୍ରହ ଦେଖିବାକୁ ମିଳୁଛି । ଏହି ଫାଇନାଲ ମ୍ୟାଚ ଦେଖିବା ପାଇଁ ବିଭିନ୍ନ ସହରରୁ ଦର୍ଶକ ମାନେ ଅହମ୍ମଦାବାଦକୁ ଆସିବେ । ବିଭିନ୍ନ ସହରର ଦର୍ଶକ ଫାଇନାଲ ମ୍ୟାଚ ନିମନ୍ତେ ଟିକଟ କିଣି ସାରିଥିବା ବେଳେ ଅହମ୍ମଦାବାଦ୍କୁ ଯିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବେଙ୍ଗାଲୁରୁରୁ ଅହମ୍ମଦାବାଦ୍ ବିମାନରେ ଯାତ୍ରା ନିମନ୍ତେ ଟିକଟ ଦାମ୍ ସାଧାରଣ ଦିନରେ ୫ହଜାର ୭୦୦ ଟଙ୍କା ହୋଇଥିବା ବେଳେ ନଭେମ୍ବର ୧୮ରେ ବେଙ୍ଗାଲୁରୁରୁ ଅହମ୍ମଦାବାଦ୍ ଯିବା ନିମନ୍ତେ ବିମାନ ଟିକଟ ଦାମ୍ ୩୩ ହଜାର ଟଙ୍କା ରହିଛି। ବିଶ୍ବକପ୍ ଫାଇନାଲ ମ୍ୟାଚ୍କୁ ଦୃଷ୍ଟିରେ ରଖି ବିମାନ ଦର ବଢ଼ିଥିବା ଚର୍ଚ୍ଚା ହେଉଛି। ମାତ୍ରାଧିକ ବିମାନ ଟିକଟ ଦାମକୁ ନେଇ ସାଧରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରୁ ଦର୍ଶକ ବିମାନ ଯୋଗେ ଅହମ୍ମଦାବାଦ୍ରେ ପହଞ୍ଚିବାର ଥିବାରୁ ବିମାନ ଚଳାଚଳରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ଅହମ୍ମଦାବାଦ୍ ବିମାନ ବନ୍ଦର କର୍ତ୍ତୃପକ୍ଷ ବ୍ୟାପକ ପ୍ରସ୍ତୁତି କରିଛନ୍ତି ।