ବିଜେପି ନେତା ରମେଶ ବିଧୁରୀ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କୁ ଟାର୍ଗେଟ କରିଛନ୍ତି । ଅତିଶୀଙ୍କ ବାପାମାଆଙ୍କ ବିରୋଧରେ ଆତଙ୍କବାଦ ସହ ସଂପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ରମେଶ ବିଧୁରୀ । ରମେଶ କହିଛନ୍ତି କି, ଅତିଶୀଙ୍କ ବାପା-ମାଆ ଆତଙ୍କବାଦୀ ଅଫଜଲ ଗୁରୁଙ୍କୁ ସମର୍ଥନ କରିଥିଲେ । ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କିଛି ଏପରି କହିଛନ୍ତି କାଲକାଜିରୁ ବିଜେପି ପ୍ରାର୍ଥୀ ହୋଇଥିବା ରମେଶ ବିଧୁରୀ । ଆତିଶୀଙ୍କ ବାପା-ମାଆ ଅଫଜଲ ଗୁରୁଙ୍କ ଫାଶୀ ବନ୍ଦ କରିବା ପାଇଁ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ ବୋଲି ବିଧୁରୀ କହିଥିଲେ ।
ବିଧୁରୀ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପିତାମାତାଙ୍କର “ଭାରତ ବିରୋଧୀ ମାନସିକତା” ଅଛି । ଏବଂ ସେମାନେ ସଂସଦ ଆକ୍ରମଣର ଅପରାଧୀମାନଙ୍କୁ ସୁରକ୍ଷା ଦେଉଛନ୍ତି। “ଅତିଶୀଙ୍କ ପିତାମାତା ଚିଠି ଲେଖିଥିଲେ କି ଅଫଜଲ ଗୁରୁଙ୍କୁ ଫାଶୀ ନଦିଆଯାଉ। ଅତିଶୀଙ୍କ ପିତାମାତା ଅଫଜଲ ଗୁରୁଙ୍କ ପାଇଁ ଏକ ଶୋକସଭା ଆୟୋଜନ କରିଥିଲେ” ବୋଲି ବିଧୁରୀ କହିଛନ୍ତି।