ବାଙ୍ଗଲାଦେଶ ହିଂସା : ଭାରତ ସରକାରଙ୍କ ପକ୍ଷରୁ ଭାରତୀୟଙ୍କ ପାଇଁ ଗାଇଡଲାଇନ ଜାରି

ସମ୍ପ୍ରତି ପଡୋଶୀ ବାଙ୍ଗଲାଦେଶ ହିଂସା ସ୍ଥିତିକୁ ନେଇ କେନ୍ଦ୍ର ପକ୍ଷରୁ ସେଠାରେ ଅବସ୍ଥାପିତ ଭାରତୀୟଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି । ବାଙ୍ଗଲାଦେଶରେ ରହୁଥିବା ଭାରତୀୟଙ୍କୁ ସତର୍କ ରହିବା ସହ ନିଜକୁ ସେଠାର ଆନ୍ଦୋଳନରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଭାରତରୁ କୌଣସି ଭାରତୀୟଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାଙ୍ଗଲାଦେଶ ନ ଯିବାକୁ ବାରଣ କରାଯାଇଛି ।ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି କି, ବର୍ତ୍ତମାନ ବାଙ୍ଗଲାଦେଶରେ ବସବାସ କରୁଥିବା ସମସ୍ତ ଭାରତୀୟ ମାତ୍ରାଧିକ ସତର୍କତା ଅବଲମ୍ବନ କରନ୍ତୁ, ସେମାନଙ୍କ ଆନ୍ଦୋଳନରୁ ଯଥାସମ୍ଭବ ଦୂରତା ରକ୍ଷା କରନ୍ତୁ ଓ ଢାକାସ୍ଥିତ ଭାରତୀୟ ଦୂତାବାସ ସହ ସମ୍ପର୍କରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ରବିବାର ହୋଇଥିବା ହିଂସାରେ ୧୪ ପୋଲିସ କର୍ମୀଙ୍କ ସହ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ଶତାଧିକ ଆହତ ହୋଇଛନ୍ତି । ରବିବାର ପ୍ରଧାନମନ୍ତ୍ରୀ ସେଖ ସହିନାଙ୍କ ଇସ୍ତଫା ଦାବିରେ ଢାକାରେ ହୋଇଥିବା ଆନ୍ଦୋଳନକୁ ଦୃଷ୍ଟି ରଖି ଏହା ପୂର୍ବରୁ ଜୁଲାଇ ୨୫ ମଧ୍ୟରେ ୬୭ଶହ ଭାରତୀୟ ଛାତ୍ରଙ୍କୁ ସ୍ୱଦେଶ ଫେରାଇ ଆଣିଛନ୍ତି ଭାରତ ସରକାରା
ବାଙ୍ଗଲାଦେଶରେ ଥିବା କୋଟା ଆଇନ ବଳରେ ଶାସକ ଦଳର ନେତୃମଣ୍ଡଳୀଙ୍କ ପରିବାର ବର୍ଗଙ୍କୁ ସରକାରୀ ଚାକିରିରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରାଯାଉଥିଲା । ରବିବାର ସକାଳୁ ବିରୋଧକାରୀ ବ୍ୟାନର, େପୋଷ୍ଟର ସହ ଆସହଯୋଗ ଆନ୍ଦୋଳନ କରିବା ବେଳେ ପୋଲିସ ସେମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ ଓ ରବର ବୁଲେଟ ପ୍ରୟୋଗ କରିବାକୁ ହିଂସା ତେଜିଥିଲ।। ଏଥିରେ ୯୮ ଜଣଙ୍କ ମୃତ୍ୟୁ ହୋଇଛି ।