(ଓମପ୍ରକାଶ ମିଶ୍ର/ସୋନପୁର): ବଲାଙ୍ଗୀର ବିଧାୟକ ତଥା ରାଜ୍ୟ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ରବିବାର ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି । ବନ୍ୟାରେ ବୁଡିଥିବା ଉଲୁଣ୍ଡା ବ୍ଲକର ତଳିଆ ଅଞ୍ଚଳ ହିକୁଡି, ଧର୍ମଶାଳା, ଲମତୋଲ, ଦଶରାଜପୁର ଆଦି ଗାଁ ଗୁଡିକୁ ବୁଲି ସେଠାରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହ ବନ୍ୟା ବିପନ୍ନଙ୍କ ସମସ୍ୟା ପଚାରି ବୁଝିଛନ୍ତି । କ୍ଷୟକ୍ଷତିର ଆକଳନ କରାଯାଇ ସହାୟତା ପ୍ରଦାନ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।