ଫିଜି ସର୍ବୋଚ୍ଚ ସମ୍ମାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରାଯାଇଛି । ଫିଜି ରାଷ୍ଟ୍ରପତି ରାତୁ ଓି୍ୱଲିୟମ କାଟୋନିଭେରେ କମ୍ପାନିୟନ ଅଫ ଦ ଅର୍ଡର ଅଫ ଫିଜି ସମ୍ମାନରେ ମୁର୍ମୁଙ୍କୁ ସମ୍ମାନୀତ କରିଛନ୍ତି । ମୁର୍ମୁ ଏବେ ଦୁଇଦିନିଆ ଫିଜି ଗସ୍ତରେ ଥିବା ବେଳେ ତାଙ୍କୁ ଏହି ସମ୍ମାନ ଦିଆଯାଇଛି ।
ମୁର୍ମୁ ଫିଜି ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେବା ପରେ କହିଛନ୍ତି କି ଏହା ଭାରତ ଓ ଫିଜି ମଧ୍ୟରେ ଥିବା ଗଭୀର ବନ୍ଧୁତାର ସ୍ୱରୂପ । ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଭାରତର ପ୍ରଥମ ରଷ୍ଟ୍ରପତି ଯିଏ ଫିଜି ଗସ୍ତ କରିଛନ୍ତି । ସେଠାରେ ସେ ସେଠାକାର ସଂସଦକୁ ମଧ୍ୟ ସମ୍ବୋଧିତ କରିଛନ୍ତି ।
ମୁର୍ମୁ କହିଛନ୍ତି କି, ଭାରତ ଭାରତ ବିଶ୍ୱ ମଞ୍ଚରେ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେଉଥିବା ବେଳେ ଆମେ ଫିଜି ସହ ଭାଗିଦାରୀ କରିବାକୁ ପ୍ରସ୍ତୁତ। ଫିଜିର ପ୍ରାଥମିକତାକୁ ଭିତ୍ତିକି ଦେଶକୁ ଅଧିକ ସଶକ୍ତ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ