ପ୍ରସ୍ତୁତ କରନ୍ତୁ ନଡ଼ିଆବରା କରୀ

 (ରିପୋଟରର୍ସ ଟୁଡ଼େ): ଘରେ ଅଧିକାଂଶ ସମୟରେ ନଡ଼ିଆ ଫ୍ରିଜରେ ରହି ନଷ୍ଟ ହୋଇଯାଉଛି ।ଏହାକୁ ନେଇ ଆପଣ ବନାଇ ପାରିବେ ସୁଆଦିଆ ଖାଦ୍ୟ ନଡ଼ିଆବରା କରୀ । ଆସନ୍ତୁ ଜାଣିବା :-

ନଡ଼ିଆ-୨ଫାଳ,ଚାଉଳ ଚୁନା-୪ଚାମଚ,ଆଳୁ-୧ଟି ,ପିଆଜ-୨ଟି,ଟମାଟୋ-୧ଟି,ଅଦାଓରସୁଣ-୪ଟି,ଜିରା-୧ଚାମଚ,ଲଙ୍କାର ଗୁଣ୍ଡ-୧ଚାମଚ,ହଳଦୀଗୁଣ୍ଡ-୧ଚାମଚ,ପଞ୍ଚ ଫୁଟଣ -ଅଳ୍ପ,ଗରମମସଲା – ଅଧାଚାମଚ,ତେଲ-ଛାଣିବା ପାଇଁ,ଲୁଣ ସ୍ୱାଦନୁସାରେ ।

ପ୍ରସ୍ତୁତି ପ୍ରଣାଳି: ନଡ଼ିଆ ବରା ପାଇଁ ନଡ଼ିଆକୁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଏକପାତ୍ରରେ ଗ୍ରାଇଣ୍ଡଙ୍ଗ ନଡ଼ିଆ,ଚାଉଳ,ଲୁଣ, ଲଙ୍କାଗୂଣ୍ଡ,ହଳଦିଗୁଣ୍ଡ,ଗରମ ମସଲା ଗୋଳାଇ ଗୋଲ ଗୋଲ କରି ଗାଜି ଏକ ପ୍ଳେଟରେ ରଖନ୍ତୁ ।
ତରକାରୀ କରିବା ପାଇଁ ମସଲା ପ୍ରସ୍ତୁତ କରିବା ପାଇଁ ଲଙ୍କାଗୂଣ୍ଡ,ହଳଦିଗୁଣ୍ଡ,ଗରମ ମସଲା ,ଅଦା ରସୁଣ,ପିଆଜ,ଟମାଟୋ ପକାଇ ଗ୍ରାଇଣ୍ଡିଙ୍ଗକରି ଏହା ପରେ ଏକ କଡ଼େଇ ବସାଇ ଆଳୁ ଭାଜନ୍ତୁ । ଆଳୁ ଭାଜିହେବା ପରେ ମସଲା ପକାଇ କଷନ୍ତୁ । ଭଲସେ କଷା ହୋଇଯିବା ପରେ ସେଥିରେ ଲୁଣ ପକାଇ ନିଅନ୍ତୁ । ଏହାପରେ ପାଣି ଫୁଟିଲା ପରେ ନଡ଼ିଆ ବରା ପକାଇ ଗରମ ମସଲା ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ । ଧନିଆ ପତ୍ର ପକାଇ ସର୍ଭ କରନ୍ତୁ ନଡ଼ିଆ ବରା କରୀ ।