ପାଣି ମୁନ୍ଦାଏ ପାଇଁ ଡହଳବିକଳ ଗ୍ରାମବାସୀ

(ଜୟନ୍ତ ସେଠୀ/ଗୋପ): ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଗୋଟିଏ ନଳକୂପ ହଜାରେରୁ ଉଦ୍ଧ୍ୱର୍ ଲୋକଙ୍କ ତୃଷା ମେଣ୍ଟାଉଛି । ବର୍ଷକ ବାରମାସ ବିଦ୍ୟାଳୟରେ ଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି ଅସ୍ତରଙ୍ଗ ଛୁରିଅ।ନା ପଂଚାୟତ ବଳଭଦ୍ରପୁର ଗ୍ରାମର ଲୋକେ । ସେପଟେ ଏସଂପର୍କରେ ଅନୁଧ୍ୟାନ କରି ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟା ସମାଧାନ କରିବାର ପ୍ରତିଶୃତି ଦେଇଛନ୍ତି ବିଭାଗୀୟ ଅଧିକାରୀ ।

ଗୋଟିଏ ନଳକୂପ, ଏହା ଉପରେ ଭରସା କରିବା ଲୋକେ ହେଉଛନ୍ତି ହଜାରେରୁ ଉଦ୍ଧ୍ୱର୍, ସେ ଖରା ହେଉକି ବର୍ଷା କି ଶୀତ ବର୍ଷକ ବାର ମାସ ବଳଭଦ୍ରପୁର ୨୧ନଂ ଓ ୨୨ନଂ ଓ୍ଵାର୍ଡର ତୃଷା ମେଣ୍ଟାଇଥାଏ ବଳଭଦ୍ରପୁର ବିଦ୍ୟାଳୟରେ ଥିବା ନଳକୂପ । ସରକାରୀନୁସାରେ ଗଁ।କୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ୧୦ ବର୍ଷ ତଳେ ପାଇପ ଲାଇନର ବ୍ୟବସ୍ଥା କରାଯାଇ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଥିଲେ ମଧ୍ୟ ପାନୀୟ ଜଳ ପାଇବା ପୂର୍ବରୁ ଏହା ସବୁ ନଷ୍ଟ ହୋଇଯାଇଥିଲା । ଯାହା ପାଇଁ ବିଶୁଦ୍ଧ ପାନୀୟ ଜଳ ପାଇବା ଅ।ଶା ଅ।ଶା ରେ ରହିଗଲା । ଖରା ଦିନେ ମାତ୍ର ଗୋଟିଏ ଦୁଇ ମାସ ଟ୍ୟାଙ୍କର ଯୋଗେ ପ୍ରଶାସନ ପ।ଣି ଯୋଗାଇ ଦେବାର ବ୍ୟବସ୍ଥା କରିଥାଏ । ମାତ୍ର ସରକାରୀ ଭାବରେ ଗୋଟିଏ ନଳକୂପ ଥିବା ବେଳେ ପାଣି ଯୋଗାଇ ଦେବା ପାଇଁ ନୂତନ ନଳକୂପର ବ୍ୟବସ୍ଥା କରାଯାଉଛି ନା ପାନୀୟ ଜଳ ଯୋଗାଇ ଦେବା ପାଇଁ ପାଇପ ଲାଇନର ବ୍ୟବସ୍ଥା କରାଯ।ଇ ପାଣି ଯୋଗାଇ ଦିଅ।ଯାଉଛି ।, ଯାହା ପାଇଁ ଏହି କୋରନା ମହାମାରୀ ସମୟରେ ମହିଳାଙ୍କ ଠାରୁ ଅ।ରମ୍ଭ କରି ପୁରୁଷ ପର୍ୟ୍ୟନ୍ତ ହାତରେ ବାଲ୍ଟି, ବଡ ବଡ ପ୍ଲାଷ୍ଟିକ ଡବାରେ ପାଣି ନେଇ ଯିବାକୁ ପଡୁଛି ଏମାନଙ୍କୁ ।

ସେପଟେ ପାନୀୟ ଜଳ ସମସ୍ୟା ଦୀର୍ଘ ୧୦ ବର୍ଷ ଧରି ଥିଲେ ମଧ୍ୟ ଏହା ଉପରେ ପ୍ରଶାସନିକ କି ରାଜନୈତିକ ସ୍ତର ରେ କୈାଣସି ସମାଧାନ କରାଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ଏସଂପର୍କ ରେ ଅନୁଧ୍ୟାନ କରି ଗ୍ରାମରେ ଥିବା ପାନୀୟ ଜଳ ସମସ୍ୟା ସମାଧାନ କରିବା ପାଇଁ ସ୍ଥାନୀୟ ସରପଚଂ ଙ୍କ ସହିତ ଅ।ଲୋଚନା କରି ଗ୍ରାମବାସୀଙ୍କ ପାନୀୟ ଜଳ ସଙ୍କଟ ଦୂର କରାଯିବାର ପ୍ରତିଶୃତି ଦେଇଛନ୍ତି ବିଭାଗୀୟ ଅଧିକାରୀ