ନୂତନ ପଞ୍ଚାୟତ ଓ ବ୍ଲକ ଗଠନ ପାଇଁ କୌଣସି ନିୟମାବଳୀ ପ୍ରସ୍ତୁତ କରାଯାଇ ନାହିଁ

ବର୍ତ୍ତମାନ ରାଜ୍ୟରେ ନୂତନ ପଞ୍ଚାୟତ ଓ ବ୍ଲକ ଗଠନ ପାଇଁ ପ୍ରଶାସନିକ ସ୍ତରରେ କୌଣସି ନିୟମାବଳୀ ପ୍ରସ୍ତୁତ କରାଯାଇ ନାହିଁ ö ଯେବେ ସରକାର ପଞ୍ଚାୟତ ଓ ବ୍ଲକ ଗଠନ ପାଇଁ ବିଧୂବଦ୍ଧ ନିଷ୍ପଭି ନେବେö ତେବେ ସେହି ସମୟରେ ନୀତି ନିୟମ ସମ୍ପର୍କିତ ନିର୍ଦ୍ଦେଶାବଳୀ ଅନୁଯାୟୀ ନୂତନ ପଞ୍ଚାୟତ ଓ ବ୍ଲକ ଗଠନ ନିମନ୍ତେ ଆସିଥିବା ପ୍ରତ୍ୟେକ ପ୍ରସ୍ତାବକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ନିଷ୍ପତ୍ତି ନିଆଯିବ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକö