(ବଲାଙ୍ଗୀର/ମଧୂସୁଦନ ବହିଦାର) : ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଧିନ ଧରବଗଡ ଗ୍ରାମ ନିକଟସ୍ଥ ନାଳ ରେ ପଡ଼ିଥିବାର ଏକ ମୃତ ଦେହ ଦେଖିବାକୁ ମିଳିଛି। ମୃତକ ହେଲେ ଧରବଗଡ ଗ୍ରାମର କଳାକାହ୍ନୁ ଷାଣ୍ଢ ତାଙ୍କର ବୟସ ୫୦ ବର୍ଷ ବୋଲି ଜଣାପଡ଼ିଛି । ସେ ଗତକାଲି ଠାରୁ ଘରୁ ନିଖୋଜ ରହିଥିଲେ । ତେବେ ଆଜି ସକାଳୁ ଗାଁ ନାଳରେ କଳାକାହ୍ନୁ ଙ୍କ ମୃତ ଦେହ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ପରେ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ବଡମାଳ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।ବେଆଇନ ଦେଶୀ ମଦ ର ଅବାଧ କାରବାର ଯୋଗୁଁ କଳାକାହ୍ନୁ ବିଷାକ୍ତ ଦେଶୀମଦ ପିଇ ମୃତ୍ୟୁବରଣ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।