ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ,ଅଭିଯୁକ୍ତ ଗିରଫ

(ଓମପ୍ରକାଶ ମିଶ୍ର/ ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜ ପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି।ବିଳମ୍ବିତ ରାତିରେ ପିଡୀତାକୁ ତାଙ୍କ ଘରୁ ଉଠାଇ ନେଇଥିଲା ଅଭିଯୁକ୍ତ। ଏକ ନିଛାଟିଆ ସ୍ଥାନରେ ପିଡୀତାକୁ ଦୁଷ୍କର୍ମ କରିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ସକାଳୁ ପିଡୀତାକୁ ଉଦ୍ଧାର କରିଥିଲେ। ପିଡୀତା ଜଣକ କାନ୍ଦି କାନ୍ଦି ପରିବାର ଲୋକଙ୍କ ଆଗରେ ଘଟଣା ବିଷଞରେ ସବୁ କଥା କହିଥିଲେ । ଏନେଇ ପରିବାର ପକ୍ଷରୁ ବୀରମହାରାଜ ପୁର ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି ।