(ଶିଳାସ୍ମିତା ରାୟ) ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଦବୁନା ଗାଁରେ ଜଣେ ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ ହୋଇଥିଲା । ଏହି ଲଜ୍ଜା ଘଟଣା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ପଡିଥିଲେ ଓ ଆଇନକୁ ହାତକୁ ନେଇ ଦୁଷ୍କର୍ମ କରିଥିବା ଯୁବକକୁ ପିଟି ପିଟି ମାରିଦେଇଥିଲେ । ଉକ୍ତ ଯୁବକର ନାମ ଗଣେଶ ପିଙ୍ଗୁଆ।
ସୂଚନା ଅନୁଯାୟୀ, ଦବୁନା ଗାଁର ଜନୈକ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମର ଶୀକାର ହେବାପରେ ପରିବାର ଲୋକଙ୍କୁ ଜଣାଇଥିଲା। ଏହାପରେ ପୀଡ଼ିତାଙ୍କ ସମ୍ପର୍କୀୟ ଓ ଗାଁ ଲୋକେ ମିଶି ଗଣେଶକୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ବାମେବାରୀ ପୋଲିସ ସେଠାରେ ପହଞ୍ôଚଥିଲା ଓ ଯୁବକକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ହସ୍ପିଟାଲରେ ତାର ମୃତ୍ୟୁ ହୋଇଥିଲା। ଏ ଘଟଣାରେ ପୋଲିସ ନାବାଳିକାର ବାପାଙ୍କ ସହ ୪ ଜଣଙ୍କୁ ଗିରଫ କରିଛି ।