ଟ୍ୱିନସିଟିରେ କଡା କଡି ହେଲା ବ୍ଲକିଂ ଓ ଚେକିଂ,ଜବତ ହେଲା ୮୭୬ ବାଇକ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ରାଜ୍ୟ ସରକାର ଲକଡାଉନ ଅବଧିକୁ ମଧ୍ୟ ଆହୁରି ବଢାଇଛନ୍ତି । ଅବଧି ବଢିବା ପରେ ଟ୍ୱିନସିଟିରେ ବ୍ଲକିଂ ଓ ଚେକିଂ ବ୍ୟବସ୍ଥାକୁ ମଧ୍ୟ କଡା କଡି କରାଯାଇଛି । ଗତକାଲି ରାତିସୁଦ୍ଧା କଟକ ସହରରେ କୋରୋନା ଲକଡାଉନ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ପୋଲିସ ୮୭୬ଟି ବାଇକ ଜବତ କରିଛି । ଏହା ସହିତ ସିଜ ଗାଡି ଚାଳକଙ୍କ ପାଖରୁ ୨ଲକ୍ଷ ଟଙ୍କା ଜୋରୀମାନା ଆଦାୟ କରିଛି ପୋଲିସ ।

ସେହିପରି କଟକ ଓ ଭୁବନେଶ୍ୱରରେ ଲକଡାଉନ ଉଲଙ୍ଘନକାରୀଙ୍କଠାରୁ ପୋଲିସ ଜୋରୀମାନା ଆଦାୟ କରିଛି । ବିନା କାରଣରେ ବାହାନା ଦେଖାଇ ପରିବା ଓ େଓøଷଧ ଆଣିବା କହି ଗାଡି ଚାଳକ ମୁହଁରେ ମାସ୍କ ପିନ୍ଧି ନ ଥିବା ବେଳେ ପୋଲିସ ସେମାନଙ୍କୁ ଧରି ୨୦୦ଟଙ୍କା ଜୋରୀମାନା ଆଦାୟ କରି ପିଆର୍ ବଣ୍ଡରେ ଛାଡିଦେଇଛି । ଏହି ଉଲଙ୍ଘନକାରୀଙ୍କୁ ଅନଲାଇନରେ ପଞ୍ଜିକରଣ ମଧ୍ୟ କରାଯାଇଛି । ବାରମ୍ବାର ଏଭଳି ଉଲଙ୍ଘନ କଲେ ଜୋରୀମାନା ପରିମାଣ ବୃଦ୍ଧି କରାଯିବା ସହ ସେମାନଙ୍କ ବିରଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲ ପୋଲିସ କହିଛି ।