(ତାରାକାନ୍ତ ନାୟକ / ସାଲେପୁର): କଟକ ଜିଲ୍ଲା ଟାଙ୍ଗି ପୋଲିସକୁ ମିଳିଛି ବଡ ସଫଳତା । ଗତକାଲି ଗ୍ରାମାଞ୍ଚଳ ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ଜେନା,ପ୍ରଶାନ୍ତ କୁମାର ମଲ୍ଲିକ,ଏସଡିପିଓ କଟକ ଚୌଦ୍ୱାର,ପଦାରବିନ୍ଦ ତ୍ରିପାଠୀ ଆଇଆଇସି ଟାଙ୍ଗିଙ୍କ ନେତୃତ୍ୱରେ ଏକ ଟିମ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ଛକ ନିକଟରେ ଥିବା କୃଷ୍ଣ ଚନ୍ଦ୍ର ସାହୁଙ୍କ ଏକ ଭଡା ଘରେ ଚଢ଼ାଉ କରି ୨୦ଜଣ ଜୁଆଡିଙ୍କୁ ଗିରଫ କରିଥିଲା। ୨୦ଜଣ ଜୁଆଡିଙ୍କ ସହ ୬ଲକ୍ଷ ୩୮ହଜାର୨୯୦ଟଙ୍କା,୫ ପ୍ୟାକେଟ ତାସ,୧ଟା ହୋଣ୍ଡା ସିଟି କାର, ୧୨ଗୋଟି ଦୁଇ ଚକିଆ ଯାନ ,୨୧ଟି ମୋବାଇଲ,ସେମାନଙ୍କ ପାଖରୁ ପୋଲିସ ଜବତ କରିଥିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଏସପି ରାଧାବିନୋଦ ପାଣିଗ୍ରାହୀ। କେସ ନମ୍ବର ୪୮/୨୦୨୦ ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି ।