ଜବାନଙ୍କୁ ଶ୍ରଦ୍ଧାଞ୍ଜଳି

( ସେଖ ଫାଇଜାନ କାଦରୀ): ଭାରତୀୟ ସେନାରେ କାର୍ୟ୍ୟରତ ଜବାନ ତଥା ଭଦ୍ରକ ଧାମନଗର ମାଟିର ସନ୍ତାନ ମହମଦ ଶିରାଜ ହକଙ୍କ ଗତକାଲି ଦିଲ୍ଲୀ ଆର୍ମି ହସ୍ପିଟାଲ ରେ ମୃତ୍ୟୁ ଘଟିଛି । ଶିରାଜ ଝାନ୍ସୀରେ ଭାରତୀୟ ସେନା ବାହିନୀ ରେ କାର୍ୟ୍ୟ କରୁଥିବା ସମୟରେ ଗତ କେଇଦିନ ଧରି ସେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଶିରାଜଙ୍କ ମରଶରୀରକୁ ଆଜି ଭାରତୀୟ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ସହ ତାଙ୍କ ଜନ୍ମମାଟି ଧାମନଗର କୁ ଅଣାଯାଇଛି । ଶିରାଜଙ୍କ ମୃତ୍ୟୁ ଖବର ମିଳିବା କ୍ଷଣି ସମଗ୍ର ଧାମନଗର ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା । ଶିରାଜଙ୍କ ମରଶରୀରକୁ ଧାମନଗର ଅଣାଯାଉଥିବା ସମୟରେ ତାଙ୍କ ଦର୍ଶନ ପାଇଁ ହଜାର ହଜାର ଧାମନଗରବାସୀ ଭାରତ ମାତା କି ଜୟ ନାରା ଦେଇ ଶ୍ରଧାଞ୍ଜଳି ଜଣାଇଛନ୍ତି ।