ଘରେ ଚାଲିଥିଲା ମଦ କାରବାର, ଅତର୍କିତ ରେଡ୍ କଲା ପୁଲିସ୍

ଭୁବନେଶ୍ୱର : ଘରେ ଚାଲିଥିଲା ମଦ କାରବାର। ଅତର୍କିତ ରେଡ୍ କଲା ପୁଲିସ୍। ଜବତ୍ ହେଲା ବିପୁଳ ମାତ୍ରାରେ ବିଦେଶୀ ମଦ। ଗିରଫ ହେଲେ ଚାରି ଚୋରା ମଦ ବେପାରୀ।

ଦିନ ହେଉ କିମ୍ବା ରାତି ଦୋକାନ ବନ୍ଦ୍ ହେଉ କି ଖୋଲା ଏହି ଚାରି ବେପାରୀଙ୍କ ପାଖରେ ସବୁ ସମୟରେ ମିଳେ ମଦ। ମଦ କାଉଣ୍ଟରରୁ ବିପୁଳ ପରିମାଣରେ ମଦ କିଣି ବେଆଇନ ଭାବେ ଦୀର୍ଘଦିନ ହେବ ଡୁମୁଡୁମା ଅଞ୍ଚଳରେ ବିକ୍ରି କରୁଥିବା ଚାରି ମଦ ବେପାରୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ୍। ଚାରିଜଣଙ୍କ ପାଖରୁ ସମୁଦାୟ 46ଲିଟର ବିଦେଶୀ ମଦ ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଛି।