କ୍ବାରେଣ୍ଟାଇନ‌ ସେଣ୍ଟରରେ ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର):  କ୍ବାରେଣ୍ଟାଇନ‌ ସେଣ୍ଟରରେ ରୋଷେଇ ଚାଲିଥିବାବେଳେ ହଠାତ ଗ୍ୟାସ୍‌ ସିଲିଣ୍ଡର୍‌ ଫାଟି ଯାଇଥିଲା । ଯାହା ଫଳରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ କର୍ତ୍ତିଲେ ୩୨ ପ୍ରବାସୀ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଜଳମଣ୍ଡୁଆ ପଞ୍ଚାୟତର ଭାଗିବିନ୍ଧା କ୍ଵାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ରୋଷେଇ ଚାଲିଥବା ବେଳେ ହଠାତ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା । ଯାହା ଫଳରେ ରୋଷେଆ ଆହତ ହେବା ସହ ରୋଷେଇ ଘରର ସମସ୍ତ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଦମକଳ ଆସି ନିଆଁକୁ ଆୟତ୍ତ କରିଛି । ତେବେ ଏହି ଅଗ୍ନିକାଣ୍ଡରେ ୩୨ ଜଣ ଅନ୍ତେବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।