କୋଦଳାରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଜାରି

(ହରପ୍ରସାଦ ବିଷୋୟୀ / ଗଞ୍ଜାମ): ଆଜିଠୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ୟ୍ୟାୟ କରୋନା ଟିକାକରଣ। ଦ୍ବିତୀୟ ପର୍ୟ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା କୋଦଳା କଲ୍ୟାଣ ମଣ୍ଡପ ଟୀକାଦାନ କେନ୍ଦ୍ରରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆ ଯାଇଛି କୋଭିଡ ଟୀକା ଜ୍ଝପ୍ରଥମେ ବେଗୁନିଆପଡା ବ୍ଲକ ବିଡ଼ିଓ ବେଦବର ପ୍ରଧାନ ଟୀକା ନେଇଥିବା ବେଳେ କୋଦଳା ଆଇଆଇସି ଦେବାଶିଷ ମହାନ୍ତି, କୋଦଳା ତହସିଲଦାର ଅବନିକାନ୍ତ ସାହୁ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡ଼ଃ. ସୁଜିତ କୁମାର ବେହେରାଙ୍କ ସମେତ ଏନଏମ,ଅଙ୍ଗନୱାଡି କର୍ମୀ,ମେଡିକାଲ କର୍ମଚାରି ଓ ପୋଲିସ କର୍ମ ଚାରି ନେଇଛନ୍ତି କରୋନା ଟୀକା । ଏଥିରେ ପ୍ରାୟ ୧୦୦ ଜଣଙ୍କୁ କୋଭିଡ ଟୀକା ଦିଆଯିବାର ସୂଚନା ରହିଛି ।