କେନ୍ଦ୍ର ବିନିବେଶ ବିଭାଗ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର):  ୧୯୮୭ ବ୍ୟାଚ୍‌ ଓଡ଼ିଶା କ୍ୟାଡର IAS ଅଫିସର ତଥା କେନ୍ଦ୍ର ବିନିବେଶ ବିଭାଗ ସଚିବ ତୁହିନକାନ୍ତ ପାଣ୍ଡେଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏନେଇ ନେଇ ଖବର ସରବରାହ ସଂସ୍ଥା PTI ଖବର ପ୍ରକାଶ କରିଛି । ତୁହିନକାନ୍ତଙ୍କ ପାଖରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା। ସାମାନ୍ୟ ଜ୍ୱର ଲକ୍ଷଣ ଦେଖାଯିବା ପରେ ସେ ନିଜେ ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲେ।  ଏଥିରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା। ପଜିଟିଭ୍ ଚିହ୍ନଟ ହେବା ପରେ ତୁହିନ୍‌ ବର୍ତ୍ତମାନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି।  ତୁହିନ୍‌ଙ୍କ ଠରେ କରୋନା କଚିହ୍ନଟ ହେବା ପରେ ସିଜିଓ କମ୍ପେକ୍ସରେ ବିଭାଗର ଥିବା ଅଫିସ୍‌କୁ ସାନିଟାଇଜେସନ୍‌ ପାଇଁ ସିଲ୍ କରାଯାଇଛି। ଏହାକୁ ମିଶାଇ ଉକ୍ତ ଡିପାର୍ଟମେଣ୍ଟରେ ୩ ଜଣଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେଲାଣି ।