କୁରେଇଁଯୋଡି଼ ନାଳରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଯୋଡ଼ି ଗ୍ରାମ ଆଟପୁର ସାହି ନିକଟସ୍ଥ କୁରେଇଁଯୋଡି଼ ନାଳରୁ ବୁଧବାର ଦିନ ସନ୍ଧ୍ୟାରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି
କେନ୍ଦୁଝର:କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଯୋଡ଼ି ଗ୍ରାମ ଆଟପୁର ସାହି ନିକଟସ୍ଥ କୁରେଇଁଯୋଡି଼ ନାଳରୁ ବୁଧବାର ଦିନ ସନ୍ଧ୍ୟାରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ଖବର ଅନୁଯାୟୀ ଗ୍ରାମର ସ୍ଵର୍ଗତ କେଶବ ସାହୁଙ୍କ ପତ୍ନୀ ଅମ୍ବୁ ସାହୁ , ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଶୌଚ ନିମନ୍ତେ ଯାଇଥିବା ବେଳେ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁତ ଖୋଜା ଖୋଜି ପରେ ନିକଟସ୍ଥ ସମ୍ପର୍କୀୟ ଘରକୁ ଚାଲିଯାଇଥିବା ଭାବି ଆଉ ଖୋଜା ଖୋଜି କରିନଥିଲେ । ପରେ ଅପରାହ୍ନ ସମୟରେ ପଡୋଶୀ ଲୋକ ନାଳରେ ମୃତଦେହ ଭାସୁଥିବାର ଦେଖି ଚିହ୍ନିବା ପରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନିବା ପରେ ହରିଚନ୍ଦନପୁର ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।