କଥା କହିବ ମୃତ ମଣିଷ

The dead man will speak

ଆମେରିକା: ଜୀବନ, ଜନ୍ମ ଆଉ ମୃତ୍ୟୁ । ଏହି ୩ଟି ଶବ୍ଦ ଚିର ସତ୍ୟ । ଆଉ ଏହି ୩ଟି ଶବ୍ଦ ଉପରେ ଥାଏ ଭଗବାନଙ୍କ ଆର୍ଶିବାଦ । ତାଙ୍କ ବ୍ୟତୀତ ଆଉ କେହି ବି ଦେଇ ପାରିବେନି ମଣିଷକୁ ଜନ୍ମ କି ଟାଳି ପାରିବେ ନାହିଁ ମୃତ୍ୟୁକୁ । ଆଉ ଏବେ ଯେଉଁଭଳି ଭାବେ ଅକାଳରେ ଜୀବନ ଯାଉଛି ତାହା ହେଉଛି ମଣିଷର କର୍ମ । ତଥାପି ମଣିଷ କିଛି ଶିଖୁନାହିଁ । ନା ରହୁଛି କାହାପ୍ରତି ତାର ଭୟ ନା ରହୁଛି କ୍ଷମା । ବାରମ୍ବାର ସେ ଭୂଲ କରି ଚାଲିଛି । ବିଧାତାର ନିୟତିକୁ ବଦଳି ଦେଉଛି ମଣିଷ । ଏଥିପାଇଁ ଚଲାଇଛି ଅନେକ ପପରୀକ୍ଷା ନୀରିକ୍ଷା । ଆଉ ଏବେ ଏଭଳି ମଣିଷ ପରୀକ୍ଷା କରିଛି ଯାହା କଳ୍ପନା କରିବା ଅସମ୍ଭବ । ଏବେ ମଲା ମଣିଷ ବି ଜୀଇଁକି ଉଠିବ । ମୃତ ଶରୀର ବି କଥା କହିବ । ଏମିତି ଅସରନ୍ତି ଆଶା ନେଇ ଆମେରିକାରେ ହଜାର ହଜାର ମୃତଦେହକୁ ନେଇ ତିଆରି ହୋଇଛି ଲ୍ୟାବ । ଲ୍ୟାବରେ ମୃତଦେହ ରଖାଯାଉଥିବା ଟେକ୍ନୋଲୋଜି ହେଉଛି କ୍ରାୟୋନିକ୍ସ । ଯେଉଁଥିରେ ମୃତଦେହକୁ ବହୁତ ଥଣ୍ଡା ତାପମାତତ୍ରାରେ ରଖାଯାଇଥାଏ । ଯାହାଦ୍ୱାରା ମୃତ୍ୟୁର ଦୀର୍ଘବର୍ଷ ଯାଏଁ ଶରୀର ନଷ୍ଟ ହୁଏ ନାହିଁ । ଭବିଷ୍ୟତରେ ଯେତେବେଳେ ମୃତ୍ୟୁ ଶରୀରକୁ ଜୀବିତ କରିବା ନେଇ କୌଶଳ ଆସିବ ତ ଏହି ମୃତଦେହ ଗୁଡ଼ିକ ପୁଣି ଜୀବିତ କରାଯାଇପାରିବ । ଏଭଳି ପ୍ରୟାସ କରିଛି ଆମେରିକା ।