କଂଗ୍ରେସରେ ଯୋଗ ଦେବେକି ପ୍ରଶାନ୍ତ କିଶୋର!

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ନିର୍ବାଚନ ଋଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି । କଂଗ୍ରେସ ତରଫରୁ ଏହି ସଂକେତ ମିଳୁଥିବା ନେଇ ସୂଚନା ମିଳୁଛି । ପ୍ରିୟଙ୍କା ଗାନ୍ଧି, ରାହୁଲ ଗାନ୍ଧି, ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ଏହି ସୂଚନା ମିଳିଛି । ଏହି ଆଲୋଚନା ରାହୁଲ ଗାନ୍ଧି ବାସଭବନରେ ଆରମ୍ଭ ହୋଇଛି । ବିଶେଷ ସୂତ୍ରରୁ ପ୍ରକାଶ ପାଉଛି କି ଏହା ଆଗାମୀ ପଞ୍ଜାବ କିମ୍ବା ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ନଥିଲା ବରଂ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଥିଲା ଯାହା ଆଗାମୀ ୨୦୨୪ ନିର୍ବାଚନ ପାଇଁ ହୋଇଥାଇପାରେ ବୋଲି ସୂଚନା ମିଳିଛି ।

ପ୍ରଶାନ୍ତ କିଶୋରଙ୍କ କଥା କହିବାକୁ ଗଲେ, ସେ ଜଣେ ବିଚକ୍ଷଣ ରାଜନୈତିକ ପରାମର୍ଶଦାତା । ପୂର୍ବରୁ ଅନେକ ବଡ ବଡ ନେତାଙ୍କ ରାଜନୈତିକ ଗୋଟି ଚାଳନାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିଦିଙ୍କ ସଫଳତା ପଛରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ଏହା ବାଦ୍ ତାମିଲନାଡୁରେ ଡିଏମ୍କେ ମେଣ୍ଟ ବିଜୟ ପଛରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପ୍ରଶାନ୍ତ କିଶୋର ।