(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସୋମବାର ଓଡ଼ିଶା ଉପକୂଳରେ ଭାରତୀୟ ବାୟୁସେନାର ଏୟାର-ଟୁ-ଏୟାର ମିସାଇଲ ଅସ୍ତ୍ରର ସଫଳ ଭାବେ ପରୀକ୍ଷଣ ହୋଇଛି । ସୁଖୋଇ-୩୦ ବିମାନରୁ ଏହି ମିସାଇଲର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା।
ଏହା ବାୟୁରେ ସିଧାସଳଖ ସୁନିଶ୍ଚିତ ଲକ୍ଷ୍ୟଭେଦ କରୁଥିବା ଭାରତର ପ୍ରଥମ ସ୍ୱଦେଶୀ ଏୟାର-ଟୁ-ଏୟାର ମିସାଇଲ। ଏହି ମିସାଇଲ୍କୁ ପରୀକ୍ଷଣ ସମୟରେ ଯେତିକି ସଫଳତାର ଆଶା ରଖାଯାଇଥିଲା ସେତିକି ସଫଳ ହୋଇଛି। ବିଭିନ୍ନ ର୍ୟାଣଡର, ଇଲେକ୍ଟ୍ରୋ ଅପ୍ଟିକଲ ଟ୍ରାକିଂ ସିଷ୍ଟମ (ଇଓଟିଏସ୍) ଓ ସେନ୍ସର ଦ୍ବାରା ମିସାଇଲ୍କୁ ଟ୍ରାକ୍ କରିବା ସହିତ ଲକ୍ଷ୍ୟଭେଦ ଉପରେ ନଜର ରଖାଯାଇଥିଲା। ଅସ୍ତ୍ର ନିର୍ଭୁଲ ଭାବେ ଲକ୍ଷ୍ୟକୁ ଯାଇ ମାଡ କରିଥିଲା।ଅସ୍ତ୍ର ଏକ ସ୍ୱଦେଶୀ ବିଅଣ୍ଡ ଭିଜୁଆଲ ରେଞ୍ଚ ଏୟାର-ଟୁ-ଏୟାର ମିସାଇଲ। ଏହାର ଲକ୍ଷ୍ୟଭେଦ ସୀମା ୭୦କିମିରୁ ଅଧିକ ରହିଛି। ଏହି ମିସାଇଲ୍ ପ୍ରତିଘଣ୍ଟା ୫,୫୫୫ କିଲୋମିଟର ବେଗରେ ଉଡି ନିଜ ଲକ୍ଷ୍ୟରେ ପହଁଞ୍ଚି ପାରିବ।