ଏକା ସାଙ୍ଗରେ ମରିବେ ୩୮

ଅହମ୍ମଦବାଦ: ଶେଷରେ ମିଳିଲା ଦଣ୍ଡ । ଦୀର୍ଘ ବର୍ଷ ଅପେକ୍ଷା ପରେ ଦୋଷୀଙ୍କୁ ମିଳିଛି ଫାଶୀ ଦଣ୍ଡାଦେଶ । ତେବେ ଏହି ଘଟଣାରେ ଜଣଙ୍କୁ ନୁହେଁ ଦିଆଯାଇଛି ଏକାସାଙ୍ଗରେ ୩୮ ଜଣଙ୍କୁ ଫାଶୀ । ଯାହା ଇତିହାସରେ ପ୍ରଥମ । ୨୨ ବର୍ଷ ର୍ପୂବରୁ ଦେଶକୁ ଦୋହଲାଇ ଦେଇଥିବା ଅହମ୍ମଦାବାଦ ସିରିଜ ବିସ୍ଫୋରଣରେ ଦୋଷୀ ୪୯ଜଣଙ୍କ ମଧ୍ୟରୁ ୩୮ଜଣଙ୍କୁ ଫାଶୀ ଦଣ୍ଡାଦେଶ ମିଳିଛି । ଏହାକୁ ଶୁଣାଣି କରିଛନ୍ତି ଅହମ୍ମଦବାଦର ସ୍ୱତନ୍ତ୍ର କୋର୍ଟ । ତେବେ ଏକା ସାଙ୍ଗରେ ୩୮ଜଣଙ୍କୂ ଫାଶୀ ଦଣ୍ଡାଦେଶ ଦେବା ଘଟଣା ନ୍ୟାୟିକା ଇତିହାସରେ ପ୍ରଥମ ଏବଂ ଏକ ବିରଳ ଘଟଣା । ବାକି ୧୧ ଜଣଙ୍କୁ କୋର୍ଟ ଆଜୀବନକାରାଦଣ୍ଡ ଶୁଣାଇଛନ୍ତି । ସୂଚନାନୁସାରେ ଅହମଦାବାଦ ସିରିଜ ବିସ୍ଫୋରଣ ମାମଲାରେ ୧୩ବର୍ଷ ପରେ ଆସିଲା ରାୟ । ୪୯ଜଣ ଦୋଷୀଙ୍କୁ ମିଳିଲା ଦଣ୍ଡ । ଦୋଷୀଙ୍କ ମଧ୍ୟରୁ ୩୮ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଅହମଦାବାଦ ସ୍ୱତନ୍ତ୍ର କୋର୍ଟ । ୧୧ଜଣଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡିତ କରିଛନ୍ତି କୋର୍ଟ । ଅହମଦାବାଦ ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇବା ବେଳେ ବୋମା ବିସ୍ଫୋରଣ ପୀଡିତଙ୍କ ପାଇଁ କ୍ଷତିପୁରଣ ମଧ୍ୟ ଘୋଷଣା କରିଛନ୍ତି । ଘଟଣାରେ ପ୍ରାଣ ହରାଇଥିବା ୫୬ଜଣଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଁଏ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ବିସ୍ଫୋରଣ ମାମଲାରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ବନିଥିଲେ ଓ ୭୭ଜଣଙ୍କ ଉପରେ ଶୁଣାଣୀ କରିଥିଲେ କୋର୍ଟ ।୨୦୨୨ ଫେବୃଆରୀ ୮ ତାରିଖରେ ଅହମ୍ମଦାବାଦ ସ୍ୱତନ୍ତ୍ର କୋର୍ଟ ମାମଲାର ଶେଷ ଶୁଣାଣୀ କରିଥିଲେ । ସ୍ୱତନ୍ତ୍ର କୋର୍ଟର ମୁଖ୍ୟ ବିଚାରପତି ଅମ୍ବାଲାଲ ପଟେଲ ୬ହଜାର ୭୫୨ ପୃଷ୍ଠା ବିଶିଷ୍ଟ ରାୟରେ ୪୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ପ୍ରମାଣ ଅଭାବରୁ ୨୮ଜଣ ନିର୍ଦ୍ଦୋଷରେ ଖଲାସା ହୋଇଥିଲେ । ମାମଲାରେ ମେ।।ଟ ୭୮ଜଣ ଅଭିଯୁକ୍ତ ଥିଲେ । ୧୩ବର୍ଷର ଶୁଣାଣୀ ସମୟରେ ମୋଟ ୧୬୬୩ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ତଦନ୍ତକାରୀ ସଂସ୍ଥା ୬ହଜାରରୁ ଅଧିକ ପ୍ରମାଣ ଭିତିକ ସାମଗ୍ରୀ କୋର୍ଟରେ ଉପସ୍ଥାପନ କରିଥିଲେ ବିସ୍ଫୋରଣ ମାମଲାରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ବନିଥିଲେ ଓ ୭୭ଜଣଙ୍କ ଉପରେ ଶୁଣାଣୀ କରିଥିଲେ। କୋର୍ଟ । ପ୍ରଥମ ଥର ପାଇଁ ଦେଶରେ ୪୯ଜଣଙ୍କୁ ଏକକାଳୀନି ଆତଙ୍କବାଦୀ କାର‌୍ୟ୍ୟକଳାପ ପାଇଁ ଦୋଷୀ ସାବ୍ୟସ୍ତ କରିବା ସହ ଓ ୩୯ଜଣଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ । ସମସ୍ତଙ୍କ ବିରୋଧରେ ଆଇପିସି ଧାରା ୩୦୨ ଓ ୟୁଏପିଏ ଲାଗିଛି ।