ପୁରୀ : ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଅଗ୍ନିକାଣ୍ଡ। ଇଲେକ୍ଟ୍ରୀ ସଟସର୍କିଟରୁ ପ୍ରଥମ ମହଲାରେ ହୋଇଛି ଅଗ୍ନିକାଣ୍ଡ। କଲେଜର ପିଜି ଡିପାର୍ଟମେଣ୍ଟର ଅର୍ଥନୀତି ବିଭାଗରେ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର। ସଂନ୍ଧ୍ୟା ସମୟରେ ଘଟିଥିଲା ଏଭଳି ଅଘଟଣ। ପୁରୀ ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାର କରାଯାଉଛି ଛାନବିନ। ସେପଟେ ଏତେବଡ ସରକାରୀ କଲେଜରେ ଅଗ୍ନିକାଣ୍ଡକୁ ରୋକିବା ଦିଗରେ ଫାୟାର ଫାଇଟିଂ ସିଷ୍ଟମ ନାହିଁ। ଶହଶହ ଛାତ୍ରଛାତ୍ରୀ ପାଠ ପଢୁଥିଲେ ମଧ୍ୟ କର୍ତ୍ତୃପକ୍ଷ ବେପରୁଆ ମନୋଭାବ ପୋଷଣ କରିଛନ୍ତି। ତେବେ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଅଗ୍ନିକାଣ୍ଡରୁ ରକ୍ଷା ପାଇବା ପାଇଁ କି ସତର୍କତା ଅବଲମ୍ବନ କରିଛନ୍ତି ତାହାର ଟିକନିକ୍ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।