ନୂଆଦିଲ୍ଲୀ: ଆଜିଠୁ ସରଗରମ ରହିବ ଗୃହା ଆଜିଠୁ ହେବାକୁ ଯାଉଛି ମୈାସୁମୀ ଅଧିବେଶନ । ଅନେକ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି ବିରୋଧୀ । ବିବାଦୀୟ ଅଗ୍ନିପଥ ଯୋଜନା, ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା ଏପରି ଅନେକ । ସେହିପରି ବିରୋଧୀଙ୍କୁ ଜବାବ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ଶାସକଦଳ ।ସେହିପରି ଅଗଷ୍ଟ ୧୨ ଯାଏଁ ଚାଲିବାକୁ ଅଧିବେଶନରେ ୨୪ଟି ବିଲ ଆଣିବେ କେନ୍ଦ୍ରସରକାର ।ଗୃହରେ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବ ବିଜେଡି। ଏଥିପାଇଁ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆବାସ ପ୍ଲସରେ ସାମିଲ ହୋଇଥିବା ୫ଲକ୍ଷ ୯ ହଜାର ହିତାଧିକାରୀଙ୍କୁ ସାମିଲ କରିବା ନେଇ ମଧ୍ୟ ଦାବି କରାଯିବ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର, କୋଇଲା ରୟାଲିଟି, ବଳକା ଉଷୁନା ଚାଉଳ ପ୍ରସଙ୍ଗ ଉଠାଇବ ବିଜେଡି। ଏହା ବ୍ୟତୀତ ରେଳବାଇ, ବ୍ୟାଙ୍କିଂ, ଟେଲି ଯୋଗଯୋଗ କ୍ଷେତ୍ରରେ ଓ଼ଡିଶା ଅବହେଳିତ ଥିବାରୁ ଏକ୍ଷେତ୍ରରେ ସାଂସଦମାନେ କେନ୍ଦ୍ରରେ ଦାବି ହାସଲ କରିବେ ।ସେହିପରି ଏଥିସହ ଆୟକର ପରିସରରୁ ଊଗୠ ଟ୍ରଷ୍ଟକୁ ବାଦ ଦେବା, ସ୍ବାମୀନାଥନ କମିଟି ଅନୁସାରେ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବା, ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ସମ୍ବିଧାନରେ ସଂଶୋଧନ, ରାଜ୍ୟର ବିଧାନ ପରିଷଦ ଗଠନକୁ ସ୍ବୀକୃତି ସହ ସମ୍ବିଧାନର ଅଷ୍ଟମ ପରିଛେଦ ହୋ ଭାଷାକୁ ସାମିଲ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମାନଙ୍କ ପାଖରେ ଓଡିଶା ସାଂସଦମାନେ ଚାପ ସୃଷ୍ଟି କରିବେ ।