ଅର୍ଦ୍ଧ ନିର୍ମିତ ଆପାର୍ଟମେଣ୍ଟରୁ ଖସି ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ ଅଭାବନୀୟ ଘଟଣା। ଅର୍ଦ୍ଧ ନିର୍ମିତ ଆପାର୍ଟମେଣ୍ଟରୁ ଖସି ପଡ଼ିଲେ ମହିଳା। ଆଠ ତାଲାରୁ ଖସି ମହିଳାଙ୍କ ମୃତ୍ୟୁ। ମହିଳାଙ୍କ ନାମ ଦିପ୍ତିମୟୀ ଦାସ୍। ଛାତ ଉପରେ ବୁଲୁଥିବା ବେଳେ ଘଟିଲା ଅଘଟଣ। ଶବ ଜବତ୍ ସହ ନନ୍ଦନକାନନ ଥାନା ପୁଲିସର ତଦନ୍ତ। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଂଚଳରେ ଘଟିଛି ଅଘଟଣ। ଜଣେ ମହିଳା ଏକ ଅର୍ଦ୍ଧ ନିର୍ମିତ ଆଠ ତାଲା ବିଲ୍ଡିଂରେ ବୁଲୁଥିବା ବେଳେ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଏକ ଘରୋଇ ମେଡ଼ିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହିଳାଙ୍କ ନାମ ଦିପ୍ତିମୟି ଦାସ୍ ହୋଇଥିବା ବେଳେ ତାଙ୍କର ଦୁଇବର୍ଷ ତଳେ ବିବାହ ହୋଇଥିଲା। ପରିବାର ଲୋକଙ୍କ ପକ୍ଷରୁ ସ୍ଥାନୀୟ ନନ୍ଦନକାନନ ଥାନାରେ ଏକ ଅଭିଯୋଗ କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ୍ ଶବ ଜବତ୍ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।