ଅଧା ପୋଡା ମୃତଦେହ ଉଦ୍ଧାର : ବୋହୂ ହତ୍ୟା କରିଥିବା ଅଭିଯୋଗ

0

ଭୁବନେଶ୍ୱର : ଭୁବନେଶ୍ୱର ସତ୍ୟନଗରରୁ ଅଧା ପୋଡା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଅଶ୍ରୁକଣା ପ୍ରଧାନ। ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ହେଉଛନ୍ତି ଅଶ୍ରୁକଣା। କାହାକୁ ନଜଣାଇ ଶାଶୁ ଙ୍କ ମୃତଦେହକୁ ମଶାଣିକୁ ତାଙ୍କ ବୋହୂ ଦାହ ପାଇଁ ଆଣିଥିଲେ । ସମ୍ପର୍କୀୟ ଜାଣିବା ପରେ ପୋଲିସକୁ ନେଇ ମଶାଣିରେ ପହଞ୍ଚିଥିଲେ। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଦାହ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । ସତ୍ୟନଗର ମଶାଣିରୁ ଅଧା ପୋଡା ମୃତଦେହ ଜବତ କଲା ପୋଲିସ। ବୋହୂ ହତ୍ୟା କରିଥିବା ଅଭିଯୋଗ କଲେ ସମ୍ପର୍କୀୟ।