ବଲାଙ୍ଗୀର: ହାତୀ ଦାନ୍ତ ଚୋରାଚାଲାଣ ସମୟରେ ଧରିଲା ଏସଟିଏଫ୍ ଟିମ୍। ୬ ହାତୀ ଦାନ୍ତ ସହିତ ଚାଲାଣ କରୁଥିବା ୨ଜଣ ବ୍ୟକ୍ତିଙ୍କୁ ଏସଟିଏଫ୍ ଓ ବନ ବିଭାଗ ଗିରଫ କରିଛି।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାରେ ହାତୀଦାନ୍ତ ଚାଲାଣ ବେଳେ ଏସଟିଏଫ ପକ୍ଷରୁ ଚଢ଼ାଉ କରାଯାଇଥିଲା | ଚଢ଼ାଉ ବେଳେ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ | ସୂଚନା ଅନୁଯାୟୀ, ବଲାଙ୍ଗୀର ଜଙ୍ଗଲରୁ ଏହି ୬ ହାତୀ ଦାନ୍ତ ଜବତ କରିଛି ଏସଟିଏଫ୍ ଓ ବନ ବିଭାଗ | ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ସୁଦ୍ଧା ୨୭ ବାଘ ଛାଲ, ୧୮ ହାତୀ ଦାନ୍ତ, ୭ଟି ହରୀଣ ଛାଲ, ୧୩ଟି ଜୀବନ୍ତ ବଜ୍ରକାପ୍ତା, ୩୦ କେଜି ୪ଶହ ଗ୍ରାମ ବଜ୍ରକାପ୍ତା କାତି , ୨ଟି ବାଘ ଦାନ୍ତ, ୨୯ ବାଘ ପଞ୍ଝା ଓ ୪୬ ଜୀବନ୍ତ ଶୁଆ ଜବତ ହୋଇଛି । ୬୬ ଜଣ ଜଙ୍ଗଲ ତସ୍କରଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।