ଯୋଡ଼ା /ରମେଶ ଚନ୍ଦ୍ର ମହାପାତ୍ର: ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ଅନ୍ତର୍ଗତ ଦଡୁଆଁ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଗତକାଲି ବିଳମ୍ବିତ ରାତ୍ରିରେ ମାଈ ହାତୀଟି ଏକ ଶାବକକୁ ଜନ୍ମ ଦେଇଥିଲା। ତେବେ ଆଜି ସକାଳୁ ଶାବକ ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡିଛି ଖବର ପାଇ ଆଜି ସକାଳେ ବନ ବିଭାଗ ଘଟଣାସ୍ଥଳରେ ପହଂଚି ହାତୀ ଶାବକର ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।