ଓଡ଼ିଆ ପରିବାର ସାହାଜ୍ୟରେ ଆନ୍ଧ୍ରର ୧୧ ଶ୍ରମିକଙ୍କୁ ଉଦ୍ଧାର

ଭୁବନେଶ୍ୱର: ଓଡିଶା ପରିବାର ସହଯୋଗରେ ଆନ୍ଧ୍ରରେ ଫସିଥିବା ୧୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ସେଠାରେ ନିର୍ଯ୍ୟାତିତ ହେଉଥିବା ସୁନ୍ଦରଗଡ ଜିଲ୍ଲାର ୮ ଜଣ ମହିଳାଙ୍କ ସମେତ ୧୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି ।  ସେମାନଙ୍କୁ ସୁରକ୍ଷିତ ଉଦ୍ଧାରକରି ଓଡିଶା ଫେରାଇ ଆଣିଛନ୍ତି ‘ଓଡିଶା ପରିବାର ନିର୍ଦ୍ଦେଶାଳୟ’।

୧୧ ଜଣ ଶ୍ରମିକ ଭୁବନେଶ୍ଵର ରେଳଷ୍ଟେସନରେ ପହଞ୍ଚିବାପରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଵତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ପ୍ରୀତିଶ ପଣ୍ଡା ସେମାନଙ୍କୁ ସ୍ୱାଗତ କରିଥିଲେ । ଓଡିଶା ଫେରିଥିବା ଶ୍ରମିକମାନେ ସେମାନଙ୍କୁ ସୁରକ୍ଷିତ ଭାବେ ଓଡିଶା ଫେରାଇ ଆଣିବାରେ ସମସ୍ତ ସହଯୋଗ ନିମନ୍ତେ ମୁଖ୍ୟମନ୍ତ୍ରୀ, ଓଡିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ ତାଙ୍କ ଟିମ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।