ବ୍ରହ୍ମପୁରରେ ବିଜେପି ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା

ବ୍ରହ୍ମପୁର: ବ୍ରହ୍ମପୁରରେ ବିଜେପି ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା । ଘର ନିକଟ ବୈକୁଣ୍ଠନଗର ମୁଖ୍ୟ ଗଳିରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ୨ ଦୁର୍ବୃତ୍ତ । ବ୍ରହ୍ମପୁର MKCGରେ ମୃତ ଘୋଷଣା କଲେ ଡାକ୍ତର । ରାଜ୍ୟ ଆଇନ୍‌ଜୀବୀ ପରିଷଦର ସଦସ୍ୟ ଥିଲେ…
Read More...

CJIଙ୍କ ଉପରକୁ ଜୋତାମାଡ ଘଟଣା: ଜଷ୍ଟିସ୍ ଗଭାଇଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: CJI ଜଷ୍ଟିସ୍ ବି.ଆର୍ ଗଭାଇଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । CJIଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କଲେ ମୋଦି । କଡ଼ା ନିନ୍ଦା ସହ ଏହା ପ୍ରତ୍ୟେକ ଭାରତୀୟଙ୍କୁ କ୍ରୋଧିତ କରିଛି ବୋଲି କହିଲେ ମୋଦି । ଏପରି ନିନ୍ଦନୀୟ କାର୍ଯ୍ୟ ପାଇଁ ଆମ ସମାଜରେ କୌଣସି…
Read More...

ଶାନ୍ତି ରହିଲେ ବଢିବନି କର୍ଫ୍ୟୁ: ପୋଲିସ କମିଶନର

କଟକ: ଅଚାନକ କର୍ଫ୍ୟୁ ଯୋଗୁଁ ସିଲଭର ସିଟିରେ ଜୀବନ ଠପ୍ । ହେଲ୍ଥ ହବକୁ ଚିକିତ୍ସା ପାଇଁ ଆସି ରୋଗୀ ହଟହଟା ।ଇଣ୍ଟରନେଟ୍ ବନ୍ଦ ଯୋଗୁ ହେଉନି ରୋଗୀଙ୍କ ଆଡମିଶନ୍ । ପେସେଣ୍ଟଙ୍କୁ ଫେରାଉଛନ୍ତି ଘରୋଇ ହସ୍ପିଟାଲ ବଡ଼ ଡାକ୍ତରଖାନାରୁ ବସଷ୍ଟାଣ୍ଡ, ସବୁଠି ଲୋକେ ହନ୍ତସନ୍ତ । ଏହାରିଭିତରେ ବିଳମ୍ବିତ…
Read More...

ଘୋଷଣା ହେଲା ୨୦୨୫ ପାଇଁ ନୋବେଲ ପୁରଷ୍କାର, ମେଡିସିନ ପାଇଁ ୩ ଜଣଙ୍କୁ ନୋବେଲ

ନୂଆଦିଲ୍ଲୀ: ମେଡିସିନ୍ ପାଇଁ ସମ୍ମାନଜନକ ନୋବେଲ୍ ପୁରସ୍କାର ଘୋଷଣା । ୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍‌ରେ ନୋବେଲ୍ ପୁରସ୍କାର । ମ୍ୟାରି ଇ. ବ୍ରୋନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍, ସିମୋନ ଶାକାଗୁଚିଙ୍କୁ ନୋବେଲ୍ । ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧିଜନିତ ମେଡିସିନ୍ ଗବେଷଣା…
Read More...

ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍‌ ନେଇ ତାରିଖ ଘୋଷଣା କଲା CHSE

ଭୁବନେଶ୍ଵର: ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍‌ ନେଇ ତାରିଖ ଘୋଷଣା କଲା CHSE । ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଭରିବେ ଫର୍ମ । ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମ ଭରିବେ । ୨୦୦ ଟଙ୍କା ଫାଇନ୍‌ରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ…
Read More...

ନଭେମ୍ବର ୬ରୁ ବିହାର ବିଧାନସଭା ନିର୍ବାଚନ, ୨ଟି ପର୍ଯ୍ୟାୟରେ ମତଦାନ

ବିହାର: ନଭେମ୍ବର ୬ରୁ ବିହାର ବିଧାନସଭା ନିର୍ବାଚନ । ବିହାର ବିଧାନସଭା ନିର୍ବାଚନ ନେଇ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ଦୁଇଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ । ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି । ବିହାର ବିଧାନସଭା ନିର୍ବାଚନ…
Read More...

ବାଜିଲା ନିର୍ବାଚନ ବିଗୁଲ, ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ

ନୂଆପଡା: ବାଜିଲା ନିର୍ବାଚନ ବିଗୁଲ । ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ । ଉପନିର୍ବାଚନ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି । ଆସନ୍ତା ୧୩ରେ ପ୍ରକାଶ ପାଇବ ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି । ଅକ୍ଟୋବର ୨୦ ତାରିଖ ନାମାଙ୍କନ ଦାଖଲର ଶେଷ…
Read More...

ମହିଳା ଦିନିକିଆ ବିଶ୍ବକପ: ପାକିସ୍ତାନକୁ ୮୮ ରନ୍‌ରେ ହରାଇଲା ଭାରତ

ନୂଆଦିଲ୍ଲୀ: ପଡିଆରେ ପୁଣି ଚିତପଟାଙ୍ଗ ହେଲା ପାକିସ୍ତାନ । ମହିଳା ଖେଳାଳି ବି ନେଲେ ୨୬ ଜଣଙ୍କୁ ହତ୍ୟାର ପ୍ରତିଶୋଧ । ପୁଣି କ୍ରିକେଟ ମଇଦାନରେ ଅପରେଶନ ସିନ୍ଦୂର । ମହିଳା ଦିନିକିଆ ବିଶ୍ବକପରେ ପାକିସ୍ତାନକୁ ୮୮ ରନ୍‌ରେ ହରାଇଲା ଭାରତ । ୨୪୮ ଟାର୍ଗେଟ୍‌କୁ ପିଛା କରି ପାକିସ୍ତାନ ୧୫୯…
Read More...

କଟକରେ କର୍ଫ୍ୟୁ, ଘରୁ ବାହାରିବା ପାଇଁ ସାଧାରଣ ଲୋକଙ୍କୁ ମନା

କଟକ: ସକାଳୁ ସକାଳୁ ପୂରା ଖାଁ ଖାଁ ହୋଇଯାଇଛି କଟକ ସହର । ସହର ସାରା ପୋଲିସ୍ ପଇଁତରା ମାରୁଛି। ଆଇନ ଖିଲାପକାରୀଙ୍କ ବିରୋଧରେ କଡ଼ା ଆକ୍ସନ ନିଆଯିବ ବୋଲି କଡ଼ା ଚେତାବନୀ ଦିଆଯାଇଛି। କଟକରେ ଲାଗୁ ହୋଇଛି କର୍ଫ୍ୟୁ। ଘରୁ ବାହାରିବା ପାଇଁ ସାଧାରଣ ଲୋକଙ୍କୁ ମନା କରାଯାଇଥିବା ବେଳେ ଦୋକାନବଜାର…
Read More...

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

ରାଜସ୍ଥାନ: ସବାଇ ମାନସିଂ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଟ୍ରମା କେୟାର୍ ସେଣ୍ଟର ଆଇସିୟୁରେ ପ୍ରଥମେ ଲାଗିଥିଲା ନିଆଁ । ନ୍ୟୁରୋ ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ । ୨ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ, ୫ ଗୁରୁତର ସୂଚନା । ମଧ୍ୟରାତ୍ରରେ ICU ଷ୍ଟୋର ରୁମ୍‌ରୁ ସର୍ଟ…
Read More...