କୋରେଇ: ଏକ ଟ୍ୟାଙ୍କର ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ । ମୃତ ଯୁବକ ପାଣିକୋଇଲି ଥାନା ଅନ୍ତର୍ଗତ ମାଧପୁର ଗ୍ରାମର ମୋହନ ଜେନାଙ୍କ ପୁଅ ରଂଜନ (୩୬)। ଏହି ଦୁର୍ଘଟଣାରେ ପାଣିକୋଇଲି ଥାନାର ପୁଲିସ ହାବିଲଦାର ସୁଲୋଚନ ବେହେରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଦୁଇପାର୍ଶ୍ଵରେ ହଜାରହଜାର ଗାଡ଼ିମୋଟର ଅଟକି ରହିଥିଲା
ସୂଚନା ଅନୁଯାଇ, ପାଣିକୋଇଲି ଥାନା ୧୬ନଂ ଜାତୀୟ ରାଜପଥ ମାଧପୁର ନିକଟରେ ସନ୍ଧ୍ୟା ସମୟରେ ପୋଲିସ ପକ୍ଷରୁ ଗାଡି ଚେକିଂ କରାଯାଉଥିଲା l ଏହି ସମୟରେ ବାଲେଶ୍ୱର ରୁ କଟକ ଅଭିମୁଖେ ଯାଉଥିବା ଏକ ଗ୍ୟାସ କଣ୍ଟେନର ଦୃତଗତିରେ ଆସି ପୋଲିସ ଗାଡିକୁ ଧକ୍କାଦେବା ସହିତ ଅନ୍ୟ ଜଣେ ବାଇକ ଆରୋହୀଙ୍କ ଉପରେ ମାଡ଼ିଯାଇଥିଲା l ଘଟଣା ସ୍ଥଳରେ ବାଇକ ଆରୋହୀରଙ୍କ ମୃତ୍ୟୁ ଘଟିଛି । ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି l ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ଇଛି l ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ମାଧପୁର ଅଞ୍ଚଳର ରଞ୍ଜନ କୁମାର ଜେନା ହୋଇଥିବା ବେଳେ ଗୁରୁତର ହୋଇଥିବା ପୋଲିସ କର୍ମଚାରୀ ଜଣକ ସୁଲୋଚନ ବେହେରା ବୋଲି ସୂଚନା ମିଳିଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି l