ପିଉସୀର ଗଳାକାଟି ହତ୍ୟା କଲା ପୁତୁରା

(ଅନୁସ୍ୱୟା)ଭୁବନେଶ୍ୱର: ବୌଦ୍ଧରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଦୁଷ୍କର୍ମରେ ବିଫଳ ହେବାରୁ ପିଉସୀକୁ ହତ୍ୟା କଲା ପୁତୁରା । ପିଉସୀକୁ ଗଳାକାଟି ସମ୍ପର୍କୀୟ ପୁତୁରା ହତ୍ୟା କରିଥିବା ଘଟଣା ସେହି ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ବୈାଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଆଶ୍ରେ ଗାଁରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଗାଁରେ ରହୁଥିବା ଯୁବତୀଙ୍କ ଘରକୁ ତାଙ୍କର ଜଣେ ସମ୍ପକୀୟ ପୁତୁରା ବୁଲିବାକୁ ଆସିଥିଲେ । ସେଠାରେ ଯୁବତୀଙ୍କୁ ତାଙ୍କ ସର୍ମ୍ପକୀୟ ପୁତୁରା ଦୁଷ୍କର୍ମ ଉଦ୍ୟମ କରିଥିଲେ । ଦୁଷ୍କର୍ମ କରିବାରେ ବିଫଳ ହେବା ପରେ ଅଭିଯୁକ୍ତ ପୁତୁରା ପିଉସୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ପୁତୁରା ଯୁବତୀଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ମୃତ୍ୟୁ ପୂର୍ବରୁ ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଯୁବତୀଜଣକ ଜଣାଇଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଏନେଇ ଖବର ପାଇ ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟା ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।