ମୁଡ ଅଫ୍ ଦି ନେସନ ସର୍ଭେ: ଯୋଗୀ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ଷଷ୍ଠରେ ନବୀନ

(ନୂଆଦିଲ୍ଲୀ): ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଦେଶର ୧୯ଟି ରାଜ୍ୟର ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ଏକ ସର୍ଭେ କରାଯାଇଥିଲା । ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ଏହି ସର୍ଭେରେ ଦେଶର ବିଭିନ୍ନ ରାଜ୍ୟରେ ସରକାରଙ୍କ ଶାସନ ବ୍ୟବସ୍ଥାକୁ ନେଇ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା । ଲୋକମାନେ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବିବେଚନା କରିଥିଲେ । ଯୋଗୀଙ୍କ ପଛକୁ ଦିଲ୍ଲୀ ମୁକ୍ୟମନ୍ତ୍ରୀ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୩ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ. ଜଗନମୋହନ ରେଡ୍ଡୀ ରହିଛନ୍ତି । ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ସ୍ଥାନରେ ରହଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ‘ମୁଡ୍ ଅଫ୍ ଦି ନେଶନ’ରୁ ଏହି ତଥ୍ୟ ମିଳିଛି ।
ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ କାର୍ୟ୍ୟଶୈଳୀ ଓ ବିଚାରଧାରାକୁ ନେଇ ମୁଡ ଅଫ ନେସନ ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟ ଅନୁସାରେ, ଯୋଗୀ ଆଦିତ୍ୟନାଥଙ୍କୁ ୨୪ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ଜାନୁଆରୀ ମାସରେ ଆୟୋଜିତ ହୋଇଥିବା ସର୍ଭେରେ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଥିଲା, ଯେତେବେଳେ କି ୧୮ ପ୍ରତିଶତ ଲୋକ ତାଙ୍କୁ ପସନ୍ଦ କରିଥିଲେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଦେଶର ଦ୍ୱିତୀୟ ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ । ୧୫ ପ୍ରତିଶତ ଲୋକ ତାଙ୍କୁ ଏବଂ ତାଙ୍କ କାର୍ୟ୍ୟକୁ ପସନ୍ଦ କରିଛନ୍ତି ଜ୍ଝ ଏହି ସର୍ଭେରେ ଆନ୍ଧ୍ରପ୍ରଦେଶ ମୁକ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ୧୧ ପ୍ରତିଶତ ଲୋକ ପସନ୍ଦ କରିଯଛନ୍ତି । ସେହିପରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୯% ଲୋକ ପସନ୍ଦ କରିଥିବାବେଳେ ସେ ଚତୁର୍ଥ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯୁଗ୍ମ ଭାବେ ୫ମ ସ୍ଥାନରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ ପ୍ରତିଶତ ଲୋକ ପସନ୍ଦ କରିଥିବାରୁ ସେ ୬ଷ୍ଠ ସ୍ଥାନରେ ରହିଛନ୍ତି । ଏହି ସର୍ଭେରେ ମୋଟ ୧୨ ହଜାର ୨୧ ଜଣ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୬୭ ପ୍ରତିଶତ ଲୋକ ଗ୍ରାମାଞ୍ଚଳର ହୋଇଥିବା ବେଳେ ସହରାଞ୍ଚଳର ୩୩ ପ୍ରତିଶତ ରହିଥିଲେ । ଜୁଲାଇ ୧୫ରୁ ୨୭ ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିଲା ।